fbpx

ନେତ୍ର ଦାନ ପାଇଁ ଆହ୍ୱାନ ଦେଲା ଏଲଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅଙ୍ଗଦାନକୁ ନେଇ ଲୋକଙ୍କ ମନରେ ଶଙ୍କା ରହୁଥିବା ବେଳେ ଚକ୍ଷୁଦାନ ପାଇଁ ଲୋକଙ୍କୁ ନିବେଦନ କରିଛି ଏଲଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ । ମୃତ୍ୟୁ ପରେ ଚକ୍ଷୁଦାନ କରିବା ସହିତ ଅନ୍ୟମାନଙ୍କୁ ଉତ୍ସାହିତ କରିବା ପାଇଁ କୁହାଯାଇଛି । ବିଗତ ବର୍ଷରେ କମ୍ପାନୀ ପକ୍ଷରୁ ନେତ୍ର ଦାନକୁ ପ୍ରୋତ୍ସାହିତ କରିବା ପାଇଁ ଏକାଧିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଭାରତରେ କରୋନିଲ ଦୃଷ୍ଟିହୀନତାରେ ସର୍ବାଧିକ ଲୋକ ଆକ୍ରାନ୍ତ । ଭାରତରେ ସମୁଦାୟ ଦୃଷ୍ଟିହୀନଙ୍କ ସଂଖ୍ୟା ୧ କୋଟି ରହିଥିବା ବେଳେ କରୋନିଲ ଦୃଷ୍ଟିହୀନଙ୍କ ସଂଖ୍ୟା ୨୦ ଲକ୍ଷ ରହିଛି । ଏହା ମଧ୍ୟରୁ ୬୦ ପ୍ରତିଶତ ୧୨ ବର୍ଷରୁ କମ ବୟସର ଶିଶୁ ଅଟନ୍ତି । ଏହି ଦୃଷ୍ଟିହୀନତା ନେତ୍ର ଦାନ ଦ୍ୱାରା ସୁସ୍ଥ ହୋଇପାରିବ ।

୨୦୦୭ ପରଠାରୁ ଏଲଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ ପକ୍ଷରୁ ଏହାର ଦୃଷ୍ଟିଦାନ ଆଇ ବ୍ୟାଙ୍କ ନିର୍ମାଣ କରାଯାଇଛି । ସମୁଦାୟ ୯୭୫୬ଟି କର୍ଣ୍ଣିଆ ସଂଗୃହୀତ ହୋଇଥିବା ବେଳେ ଏହାକୁ ଅଧିକ ସଶକ୍ତ ଓ ସୁଦୃଢ କରିବା ପାଇଁ ଆହ୍ୱାନ ଦେଇଛନ୍ତି ଡ. ସୁଜାତା ଦାସ ।

Get real time updates directly on you device, subscribe now.