fbpx

ଆଉ ହେବନି ମୃତ୍ୟୁ! କରୋନା ସଂକ୍ରମିତଙ୍କୁ ନେଇ ଜାଣନ୍ତୁ କ’ଣ ରହିଛି ଏକ୍ସପର୍ଟଙ୍କ ରାୟ

ନୂଆଦିଲ୍ଲୀ: ଦେଶରେ ଧିରେ ଧିରେ ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧି ପାଇବାକୁ ଲାଗିଛି । ପୁଣି ଥରେ ବୃଦ୍ଧି ପାଇଛି ସଂକ୍ରମିତଙ୍କ ସଂଖ୍ୟା । ତେବେ ଏହି ଆକ୍ରାନ୍ତଙ୍କ ମଧ୍ୟରୁ ଭ୍ୟାକ୍ସିନ ଲଗାଯାଇଥିବା ବେଳେ ଅନେକ ଲୋକ ବୁଷ୍ଟର ଡୋଜ ମଧ୍ୟ ନେଇ ସାରିଛନ୍ତି । ତେବେ ଏତେ ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେଉଥିଲେ ମଧ୍ୟ ଏଥିରେ ମୃତ୍ୟୁ ହେବାର ଆଶଙ୍କା କେତେ, ଏହାକୁ ନେଇ ଉଠିଛି ପ୍ରଶ୍ନ । ଯାହାର ଉତ୍ତରକୁ ସମସ୍ତେ ଅପେକ୍ଷା କରିଛନ୍ତି । ତେବେ ଏକ୍ସପର୍ଟମାନେ ଏବେ ଏହି ପ୍ରଶ୍ନର ଏକ ଆଶ୍ଚର୍ଯ୍ୟକର ଉତ୍ତର ଦେଇଛନ୍ତି ।

ରାଜଧାନୀ ଦିଲ୍ଲୀର ସାର ଗଙ୍ଗାରାମ ହସ୍ପିଟାଲର ପ୍ରିଭେଣ୍ଟିଭ ହେଲଥ ଆଣ୍ଡ ବାଲାନ୍ସ ବିଭାଗର ନିର୍ଦ୍ଦେଶକ ଡା. ସୋନିଆ ରାୱତ ଏ ନେଇ ଉତ୍ତର ରଖିଛନ୍ତି । ତେବେ ଥରେ ସଂକ୍ରମଣରୁ ସୁସ୍ଥ ହେବା ପରେ ଶରୀରରେ ଆଣ୍ଟିବଡି ବିକଶିତ ହୋଇଥାଏ । ଯାହାଫଳରେ ପୁନର୍ବାର ସଂକ୍ରମଣ ଅଧିକ ହେବା ବିଶେଷ ଭୟଙ୍କର ହୋଇନଥାଏ । ତେବେ ଭ୍ୟାକ୍ସିନ ନେବା ପରେ କରୋନାରେ ମୃତ୍ୟୁ ହେବନାହିଁ ବୋଲି କହିବା ଏକପ୍ରକାର ମୁର୍ଖାମି ହୋଇପାରେ । ଯଦି ସଂକ୍ରମଣ ଶରୀରର ବିଭିନ୍ନ ଅଙ୍ଗକୁ ଆକ୍ରାନ୍ତ କରେ, ତେବେ ରୋଗୀ ଜଣକ ପ୍ରାଣ ହରାଇପାରନ୍ତି । ସେହିପରି ହୃଦରୋଗ, ଡାଇବେଟିସ, କିଡନୀ କିମ୍ବା ଲିଭର ଜନିତ ରୋଗରେ ପୀଡିତମାନଙ୍କ ପାଇଁ ଏହି ରୋଗ ଅତ୍ୟନ୍ତ ଭୟାନକ ହୋଇପାରେ ।

ତେବେ କରୋନା ସମେତ ଅନ୍ୟ ସମସ୍ତ ରୋଗରୁ ରକ୍ଷା ପାଇବା ପାଇଁ ଶରୀରରେ ଇମ୍ୟୁନିଟି ସିଷ୍ଟମ ମଜବୁତ କରିବା ନିହାତି ଜରୁରୀ ହୋଇଥାଏ । ସମ୍ପୂର୍ଣ୍ଣ ସୁସ୍ଥ ଏବଂ ମଜବୁତ ଇମ୍ୟୁନିଟି ସିଷ୍ଟମ ଥିବା ବ୍ୟକ୍ତିମାନଙ୍କ ପାଇଁ କରୋନା ସଂକ୍ରମଣ ବିଶେଷ ଗମ୍ଭୀର ସ୍ଥିତି ସୃଷ୍ଟି କରିପାରିବ ନାହିଁ । ତେବେ ଇମ୍ୟୁନିଟିକୁ ସୁସ୍ଥ ରଖିବା ପାଇଁ ପ୍ରତ୍ୟେକ ଲୋକଙ୍କୁ ନିଜ ଲାଇଫଷ୍ଟାଇଲରେ ପରିବର୍ତ୍ତନ ଆଣିବାକୁ ହେବ । ତେବେ ସବୁଠୁ ମହତ୍ତ୍ୱପୂର୍ଣ୍ଣ ହେଉଛି କରୋନା ଗାଇଡଲାଇନ୍ସକୁ ପାଳନ କରିବା । ତେବେ ଯାଇ କରୋନା ସଂକ୍ରମଣ କମିବା ସହ ମୃତ୍ୟୁରେ ମଧ୍ୟ ବ୍ରେକ ଲାଗିପାରିବ ।

Get real time updates directly on you device, subscribe now.