fbpx

ପତ୍ନୀଙ୍କ ସହ ଯାତ୍ରା କରୁଥିଲେ ବିପିନ ରାୱତ, ଜାଣନ୍ତୁ ହେଲିକପ୍ଟରରେ କିଏ କିଏ ଥିଲେ?

ତାମିଲନାଡୁ: ତାମିଲନାଡୁ କୁନ୍ନୁରରେ ଭାରତ ବାୟୁସେନାର ୧୭-ଭି୫ ହେଲିପକ୍ଟର କ୍ରାସ ହୋଇଛି । ଏହି ହେଲିକାପ୍ଟରରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ବା ସିଡିଏସ ବିପିନ ରାୱତ ଥିଲେ । ଆଜି ତାମିଲନାଡୁର ଯେଉଁ ଅଞ୍ଚଳରେ ଏହି ଦୁର୍ଘଟଣା ହୋଇଛି, ତାହା ସମ୍ପୂର୍ଣ୍ଣ ଜଙ୍ଗଲ ବୋଲି ଜଣାପଡିଛି ।

ତେବେ ଏହି ୧୭-ଭି୫ ହେଲିପକ୍ଟରରେ ସିଡିଏସ ବିପିନ ରାୱତଙ୍କ ସହିତ ୧୪ ଲୋକ ଥିଲେ । ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କର ମୃତ୍ୟୁ ଘଟିଥିବା ସୂତ୍ରରୁ ଜଣାପଡିଛି । ଘଟଣାସ୍ଥଳରୁ ବିପିନ ରାୱତ ଓ ଅନ୍ୟ ଗୁରୁତରଙ୍କୁ ଉଦ୍ଧାର କରାଯାଇ ୱେଳଇଂଟନ୍ ଏୟାରବେସ ହସ୍ପିଟାଲ ନିଆଯାଇଛି ।

ସୂଚନା ମୁତାବକ, ଏହି ହେଲିକପ୍ଟରରେ ବିପିନ ରାୱତଙ୍କ ସହିତ ତାଙ୍କ ପତ୍ନୀ ମଧୁଲିକା ରାୱତ ଥିଲେ । କ୍ରସ ସମୟରେ ବିପିନ ରାୱ, ତାଙ୍କ ପତ୍ନୀ, ଜଣେ ବ୍ରିଗେଡିୟର, ଜଣେ ଲେଫ୍ଟନାଣ୍ଟ କର୍ଣ୍ଣେଲ, ୨ ପାଇଲଟ ମଧ୍ୟ ଉପସ୍ଥିତ ଥିଲେ । ହେଲିକପ୍ଟରରେ ବିପିନଙ୍କ ସହିତ ଯାତ୍ରା କରୁଥିବା ଅଧିକାରୀଙ୍କ ଲିଷ୍ଟ ସାମ୍ନାକୁ ଆସିଛି ।

ଲିଷ୍ଟ ହିସାବରେ ଲେଫନାଣ୍ଟ କର୍ଣ୍ଣେଲ ହରିଜିନ୍ଦର ସିଂହ, ନାଏକ ଗୁରୁସେବକ ସିଂହ, ନାଏକ ଜିତେନ୍ଦ୍ର କୁମାର, ନାଏକ ବିବେକ କୁମାର, ନାଏକ ବି. ସାଇତେଜା ଓ ହାବିଲଦାର ସତପାଲ ହେଲିକାପ୍ଟରରେ ଥିଲେ ।

Get real time updates directly on you device, subscribe now.