fbpx

କାହିଁକି ହଳଦିଆ ରଙ୍ଗର ହୋଇଥାଏ ଟ୍ୟାକ୍ସି; ଜାଣନ୍ତୁ କ’ଣ ରହିଛି କାରଣ ?

ବାହାର ଦେଶ ହେଉ କିମ୍ବା ଆମ ଦେଶର ବିଭିନ୍ନ ମେଟ୍ରୋ ସହର, ଏଠାରେ ସାଧରଣତଃ ହଳଦିଆ ରଙ୍ଗର ଟ୍ୟାକ୍ସି ଦେଖିବାକୁ ମିଳିଥାଏ । କିନ୍ତୁ ଆପଣ କେବେ ଭାବିଛନ୍ତି କି ଏହାର ରଙ୍ଗ ହଳଦିଆ କାହିଁକି ହୋଇଥାଏ । ଟ୍ୟାକ୍ସିର ରଙ୍ଗକୁ ହଳଦିଆ ରଖାଯିବାର ଏକ ମୁଖ୍ୟ କାରଣ ରହିଛି । ବହୁତ ଭାବିବା ପରେ ହିଁ ଏହାର ରଙ୍ଗ ହଳଦିଆ ରଖାଯାଇଥିଲା ।

ବୈଜ୍ଞାନିକମାନେ ଯେତେବେଳେ ଏହାର ସର୍ଭେ କରିଥିଲେ ଜଣା ପଡ଼ିଥିଲା କି ହଳଦିଆ ରଙ୍ଗ ଲୋକମାନଙ୍କୁ ଅଧିକ ଆକର୍ଷିତ କରିଥାଏ । ହଳଦିଆ ରଙ୍ଗ ଏପରି ଏକ ରଙ୍ଗ ଯାହା ବର୍ଷା ଏବଂ କୁହୁଡ଼ିରେ ମଧ୍ୟ ଦେଖାଯାଇଥାଏ । ଲୋକମାନେ ଯେତେବେଳେ ଟ୍ୟାକ୍ସି ପାଇଁ ଅପେକ୍ଷା କରିଥାନ୍ତି ଅନ୍ୟ ଗାଡ଼ି ମଧ୍ୟରୁ ପ୍ରଥମେ ଟ୍ୟାକ୍ସି ହିଁ ସେମାନଙ୍କ ନଜରକୁ ଆସିଥାଏ ।

ଏହି ରଙ୍ଗ ଅନ୍ୟ ରଙ୍ଗ ତୁଳନାରେ ଏତେ ଅଧିକ ଆକର୍ଷିତ କରିଥାଏ ଯେ ସ୍କୁଲ ଗାଡିରେ ମଧ୍ୟ ଏହି ରଙ୍ଗ ବ୍ୟବହାର କରାଯାଏ । କିନ୍ତୁ ଓଲା ଏବଂ ଉବର ଭଳି ଯାତ୍ରୀବାହୀ କ୍ୟାବରେ ଏହି ରଙ୍ଗ ବ୍ୟବହାର କରାଯାଉ ନାହିଁ । କେବଳ କ୍ୟାବର କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ହିଁ ଏହି ରଙ୍ଗକୁ ବ୍ୟବହାର କରାଯାଉ ଥିବାର ଦେଖିବାକୁ ମିଳିଛି ।

Get real time updates directly on you device, subscribe now.