fbpx

ହଠାତ୍ ତଣ୍ଟିରେ ଲାଖିିଲେ କ’ଣ ସତରେ କିଏ ମନେ ପକାଇଥାଏ? କିମ୍ବା ଏହା ପଛରେ ରହିଛି କିଛି ସ୍ୱାସ୍ଥ୍ୟଗତ କାରଣ ଆସନ୍ତୁ ଜାଣିବା

Advertisement

ନୂଆଦିଲ୍ଲୀ:ପ୍ରାୟ ସମୟରେ ଯେତେବେଳେ ଆମ ତଣ୍ଟିରେ ଲାଖିଥାଏ ବା ହଠାତ୍ କାଶ ହୋଇଥାଏ ସେତେବେଳେ ଆମେ କହିଥାଉ କେହି ଖାସ୍ ଲୋକ ଜଣେ ଆମକୁ ମନେ ପକାଉଛି । ତେବେ ମନକୁ ଖୁସି କରିବା ଲାଗି ଏପରି ଭାବିବା ତ ଠିକ୍ କିନ୍ତୁ ଏହାର ବୈଜ୍ଞାନିକ କାରଣ ଆଉ କିଛି ହୋଇଥାଏ । ପ୍ରକୃତରେ ଏପରି ଅବସ୍ଥା ସେତେବେଳେ ଉପୁଜିଥାଏ ଯେତେବେଳେ ଆମର ଶ୍ୱାସନଳୀ ଓ ପାଚନ କ୍ରିୟାରେ କୌଣସି ପ୍ରକାର ଅସୁବିଧା ସୃଷ୍ଟି ହୁଏ । କାଶ ଆସିବା ସମୟରେ ଏହାକୁ ରୋକିବାକୁ ଚେଷ୍ଟା କରିବା ଦରକାର । ତେବେ ଏହି କାଶ କିଛି ସମୟ ମଧ୍ୟରେ ଆପେ ଆପେ ଠିକ୍ ହୋଇଯାଇଥାଏ । କିନ୍ତୁ ଏହା ଯଦି ଦୀର୍ଘ ସମୟ ଧରି ଲାଗି ରହେ ତେବେ ଏହାର ଚିକିତ୍ସା କରାଇବା ଦରକାର ।

ବିଶେଷ କରି ଖାଇବା ସମୟରେ ତଣ୍ଟିରେ ଲାଖିଲେ ଆମେ କହିଥାଉ କିଏ ନିଶ୍ଚୟ ମନେ ପକାଉଛି । ପ୍ରକୃତରେ କିନ୍ତୁ କଥା ଏହା ନୁହେଁ । ଆମ ଶରୀରରେ ଶ୍ୱାସନଳୀକୁ ପାଚନ ତନ୍ତ୍ରଠାରୁ ଅଲଗା କରିଥାଏ ଡାୟାଫ୍ରାମ । କିନ୍ତୁ ଯଦି ଡାୟାଫ୍ରାମ କୌଣସି କାରଣରୁ ସଂକୁଚିତ ହୋଇଯାଏ ତେବେ ଭୋକାଲ କର୍ଡ ବା ସ୍ୱର ନଳୀ କିଛି ସମୟ ଲାଗି ବନ୍ଦ ହୋଇଯାଏ । ଏହାଦ୍ୱାରା କଥା କହିବା ସମୟରେ କିମ୍ବା ଖାଇବା ସମୟରେ ହଠାତ୍ ତଣ୍ଟିରେ ଲାଖିଥାଏ । ତେବେ ଏପରି କାହିଁକି ହୋଇଥାଏ ?

ଶୀଘ୍ର ଶୀଘ୍ର ଖାଇବା, ଅଧିକ ରାଗ ଓ ଗରମ ଖାଦ୍ୟ ଖାଇବା, ପେଟରେ ଗ୍ୟାସ ହେବା, ବହୁତ ଅଧିକ ନର୍ଭସ ରହିବା, ଅଧିକ ଉତ୍ତେଜିତ ରହିବା, ମଦ୍ୟପାନ, ଚୁଇଙ୍ଗମ ଖାଇବା, କୌଣସି ମେଡିସିନର ପାଶ୍ୱର୍ ପ୍ରଭାବ ଆଦି କାରଣରୁ ଏପରି ସମସ୍ୟା ଉପୁଜିଥାଏ । ଏହିପରି ସମସ୍ୟା ଦେଖାଦେଲେ ତୁରନ୍ତ ଥଣ୍ଡାପାଣି ପିଅନ୍ତୁ । କିଛି ସେକେଣ୍ଡ ଲାଗି ନିଶ୍ୱାସ ଅଟକାଇ ପୁଣି ନିଶ୍ୱାସ ଛାଡନ୍ତୁ । ଧ୍ୟାନ ହଟାଇବାକୁ ଚେଷ୍ଟା କରନ୍ତୁ ।

Get real time updates directly on you device, subscribe now.