fbpx
BJD
BJD SKY
BJD SKY

ପାଦର ଚିହ୍ନ, ରଙ୍ଗ, ଆକାର କହିବ ଆପଣଙ୍କ ଭବିଷ୍ୟତ: କିଏ ହେବ ଧନୀ, କିଏ ହେବ ଗରିବ, ଜାଣନ୍ତୁ କ’ଣ କହୁଛି ଜ୍ୟୋତିଷ ଶାସ୍ତ୍ର

ମଣିଷର ହାତ, ଗୋଡ଼, ମୁହଁ, ଆଖି, ନାକର ଆକାରକୁ ଜ୍ୟୋତିଷ ଶାସ୍ତ୍ରରେ ଭବିଷ୍ୟତ ବିଷୟରେ ବହୁତ କିଛି ସୂଚନା ମିଳିଥାଏ । ତେବେ ପାଦରୁ ମଧ୍ୟ ଜଣଙ୍କ ବିଷୟରେ ଅନେକ ତଥ୍ୟ ଜାଣି ହୋଇଥାଏ । ପାଦରେ ଥିବା ଏପରି କିଛି ଚିହ୍ନକୁ ଅତ୍ୟନ୍ତ ଶୁଭ ଭାବେ ବିବେଚନା କରାଯାଇଥାଏ । ପାଦକୁ ଠିକ ରଖି ଧନ ଓ ସ୍ୱାସ୍ଥ୍ୟ ସହିତ ଜଡ଼ିତ ସମସ୍ୟାକୁ ଠିକ୍ କରାଯାଇ ପାରିବ ବୋଲି କୁହାଯାଇଥାଏ ।

ପାଦ ଓ ହାତର ସମ୍ପର୍କ ଧନ ଓ ସାମର୍ଥ୍ୟ ସହିତ ଜଡ଼ିତ ଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ପାଦରୁ ଜଣେ ବ୍ୟକ୍ତିର ଯାତ୍ରା ବିଷୟରେ ମଧ୍ୟ ଜଣାପଡ଼ିଥାଏ । ହାତରେ ରହିଥିବା ଚିହ୍ନକୁ ସାଧାରଣ କୁହାଯାଉଥିବା ବେଳେ ପାଦର ଚିହ୍ନର ବିଶେଷ ମହତ୍ତ୍ୱ ରହିଥାଏ । ଲମ୍ବା ପାଦକୁ ମୁର୍ଖତାର ପ୍ରତୀକ କୁହାଯାଇଥାଏ । ମାତ୍ର ଲମ୍ବା ପାଦ ଥିବା ବ୍ୟକ୍ତିମାନେ ଜୀବନରେ ଅନେକ ସଫଳତା ହାସଲ କରୁଥିବା ଦେଖାଯାଉଛି । ଆବଶ୍ୟକଠାରୁ ଛୋଟ ପାଦ ଥିବା ଳୋକମାନେ ମାନସିକ ଚିନ୍ତାରେ ବୁଡ଼ି ରୁହନ୍ତି । ସେମାନେ ଅନେକ ସଂଘର୍ଷ କରିବା ପରେ ସଫଳତାର ସ୍ୱାଦ ଚାଖିଥାନ୍ତି । ପାଦ ନିକଟରେ ରହିଥିବା ଆଙ୍ଗୁଠିର ରେଖା ଭଲ ଥିଲେ ବହୁତ ଲାଭ ମିଳିଥାଏ ।

ଯଦି ପାଦର ଗୋଟିଏ ଆଙ୍ଗୁଠି ପାଖ ଆଙ୍ଗୁଠି ଠାରୁ ଛୋଟ ହୋଇଥାଏ, ତେବେ ବ୍ୟକ୍ତି ବଡ଼ ଭାଗ୍ୟଶାଳୀ ହୋଇଥାନ୍ତି । ଯଦି ପାଦର ସବୁଠାରୁ ଛୋଟ ଆଙ୍ଗୁଠିର ନଖ ବହୁତ ଛୋଟ ତେବେ ଜଣେ ଜୀବନରେ ବହୁତ ମୁସ୍କିଲ ସମୟ ଦେଇ ଗତି କରିଥାଏ । ଯଦି ସବୁଠାରୁ ଛୋଟ ଆଙ୍ଗୁଠି ଲମ୍ବା ହୋଇଥାଏ ତେବେ ଜଣଙ୍କ ପାଖରେ ଅର୍ଥର ଅଭା ରହିନଥାଏ । ଯଦି ପାଦର ଆଙ୍ଗୁଠିଗୁଡ଼ିକ ତେଢ଼ିମେଢ଼ି ହୋଇଥାନ୍ତି ତେବେ ବ୍ୟକ୍ତିଙ୍କ ଭାଗ୍ୟରେ ଦୁଇଥର ବିବାହ ଯୋଗ ରହିଥାଏ । ପାଦର ଆଙ୍ଗୁଠି ଅଧିକ ବଡ଼ ହୋଇଥିଲେ ଏହାକୁ ବୀମାରୀର ପ୍ରତୀକ ଭାବେ ଗ୍ରହଣ କରାଯାଇଥାଏ ।

ଯଦି ପାଦର ଆଙ୍ଗୁଠିରୁ ଏକ ସିଧା ରେଖା ତଳକୁ ଯାଇଥିବ ତେବେ ବ୍ୟକ୍ତି ବୁଦ୍ଧିମାନ ହୋଇଥାଏ । ଯେତେ କମ୍ ରେଖଥିବ ଜଣେ ସେତେ ଅଧିକ ଭାଗ୍ୟବାନ ହେବ । ପାଦରେ ଅଧିକ ରେଖା ଥିଲେ ଜଣଙ୍କୁ ଜୀବନରେ ଅଧିକ ଜାଲରେ ପଡ଼ିବାକୁ ହୋଇଥାଏ । ଏପରି ଲୋକମାନେ ବହୁତ ପ୍ରୟାସ ପରେ ମଧ୍ୟ ସାଧନ ଯୋଗାଡ଼ କରିବାରେ ଅସମର୍ଥ ହୋଇଥାନ୍ତି । ପାଦରେ ଶଙ୍ଖ ବା ଚକ୍ର ରହିଥିଲେ ତାହାକୁ ଅତ୍ୟନ୍ତ ଦୁର୍ଲ୍ଲଭ ଓ ମହାପୁରୁଷଙ୍କ ପାଦ ବୋଲି ଗ୍ରହଣ କରାଯାଇଥାଏ । ଏପରି ଲୋକମାନେ ଜୀବନରେ ବଡ଼ ସଫଳତା ହାସଲ କରିଥାନ୍ତି । ପାଦର ରଙ୍ଗ ହାଲୁକା ଗୋଲାପୀ ବା ଧଳା ରହିଥିଲେ ବ୍ୟକ୍ତି ସର୍ବସ୍ଥ ସ୍ୱାସ୍ଥ୍ୟବାନ ରହିଥାଏ । ପାଦର ରଙ୍ଗ ହଳଦିଆ ହୋଇଥିଲେ ବ୍ୟକ୍ତି ଖରାପ ଦାମ୍ପତ୍ୟ ଜୀବନର ସାମ୍ନା କରିଥାନ୍ତି । ସେ ସର୍ବଦା ନିଜ ପାର୍ଟନରଙ୍କ ସହିତ ଝଗଡ଼ା କରିଥାନ୍ତି ।

Get real time updates directly on you device, subscribe now.