fbpx
BSKY SKY
BSKY SKY

VIDEO: ଫିଲ୍ମ ରିଲିଜ ପୂର୍ବରୁ ଲିକ୍ ହେଲା ଟ୍ରେଲର ! ଆକ୍ସନ ମୋଡରେ ଦେଖାଦେଲେ ଶାହାରୁଖ ଖାନ..

BSKY

ମୁମ୍ବାଇ: ବଲିଉଡ଼ର ସୁପରଷ୍ଟାର ଶାହାରୁଖ ଖାନଙ୍କୁ ବଡ଼ ପରଦାରେ ଦେଖିବା ପାଇଁ ଲୋକେ ଚାହିଁ ବସିଛନ୍ତି । କାରଣ ଶାହାରୁଖ ଦୀର୍ଘ ୪ବର୍ଷ ପରେ ପରଦାକୁ ଫେରିଛନ୍ତି ପୁଣି ତା ସହ ଆକ୍ସନ ମୁଭିରେ । ପ୍ରକୃତରେ ଏହି ପଠାନ ଫିଲ୍ମକୁ ନେଇ ବିବାଦ ଚାଲିଛି ହେଲେ ଶାହାରୁଖ ଖାନଙ୍କ ପ୍ରଶଂସକ ତାଙ୍କୁ ବଡ଼ ପରଦାରେ ଦେଖିବାକୁ ଉତ୍ସାହ ପ୍ରକାଶ କରିଛନ୍ତି । ଏହା ମଧ୍ୟରେ ଶାହାରୁଖ ଖାନଙ୍କ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି, ଯାହାକୁ ପଠାନ ଫିଲ୍ମର ଟ୍ରେଲର ବୋଲି କୁହାଯାଉଛି । ତେବେ ଆସନ୍ତୁ ଜାଣିବା ଏଥିରେ ପ୍ରକୃତ ରହସ୍ୟ କଣ କରିଛି ।

ଦର୍ଶକମାନେ ପଠାନ ମୁଭିର ଟ୍ରେଲର ଦେଖିବାକୁ ଚାତକ ଭଳି ଅନେଇ ବସିଥିବା ବେଳେ ଶାହାରୁଖ ଖାନଙ୍କ ଏକ ଆକ୍ସନ ଭିଡ଼ିଓ ସାମ୍ନାକୁ ଆସିଛି । ସେହି ଭିଡ଼ିଓକୁ ନେଇ ସମସ୍ତେ ଏହା ଦାବି କରୁଛନ୍ତି ଯେ, ଏହା ପଠାନର ଟ୍ରେଲର । ଏହି ଭିଡିଓରେ ଶାହାରୁଖ ଖାନ ଫୁଲ ଜୋସର ସହ ଫାଇଟିଂ କରୁଛନ୍ତି ଏବଂ ବହୁ ଲୋକଙ୍କ ସହ ଏକା ଫାଇଟିଂ କରୁଛନ୍ତି । ପ୍ରକୃତରେ ଟ୍ରେଲର ଲିକ ହୋଇ ନାହିଁ କିମ୍ବା ଏହା ପଠାନ ଫିଲ୍ମର କୌଣସି ଦୃଶ୍ୟ ନୁହେଁ । ଏହା ଶାହାରୁଖ ଖାନଙ୍କ ପୁରୁଣା ଭିଡ଼ିଓର ଦୃଶ୍ୟ ଅଟେ । ଶାହାରୁଖ ଖାନଙ୍କ Thumbs up କୋଲ୍ଡ ଡ୍ରିଙ୍କସ୍ର ବିଜ୍ଞାପନର ଶେଷ ଦୃଶ୍ୟ ଅଟେ । ଏହି ଭାଇରାଲ ଭିଡ଼ିଓରେ ଅନେକ କମେଣ୍ଟ ଦେଇ ଲେଖିଛନ୍ତି ଯେ, ଏହା Thumbs upର ଏଣ୍ଡ ଭିଡ଼ିଓ ଅଟେ ।

ପଠାନ ଫିଲ୍ମର କଥା କହିବାକୁ ଗଲେ ଶାହାରୁଖ ଖାନ ଏବଂ ଦୀପିକା ପାଦୁକୋନଙ୍କ ‘ବେସରମ ରଂଗ୍’ ଗୀତକୁ ନେଇ ପ୍ରତିବାଦ କରାଯାଉଛି । ଏହି ବିବାଦକୁ ଦେଖି ସିବିଏଫସିର ମୁଖ୍ୟ ପଠାନ ମେକର୍ସକୁ ବଦଳାଇବା ପାଇଁ କହିଛନ୍ତି । ଏହି ବିବାଦ ମଧ୍ୟରେ ଫିଲ୍ମଟି ୨୫ ଜାନୁଆରୀରେ ରିଲିଜ ହେବାକୁ ଯାଉଛି । ଶାହାରୁଖ ଖାନ ଏହି ଫିଲ୍ମ ପାଇଁ ନିଜ ବଡ଼ି ଉପରେ ଅକ୍ଲାନ୍ତ ପରିଶ୍ରମ କରିଛନ୍ତି । ବର୍ତ୍ତମାନ ଦେଖିବାର ଅଛି ଯେ, ଦର୍ଶକ ମାନେ ଏହି ଫିଲ୍ମକୁ କିପରି ଭଲପାଇବା ଏବଂ ସପୋର୍ଟ ଦେଉଛନ୍ତି ।

Get real time updates directly on you device, subscribe now.