fbpx

ଭାଙ୍ଗିଯିବ JDU-RJD ମେଣ୍ଟ? ଅଲଗା ହୋଇଯିବେ କି ନୀତିଶ-ତେଜସ୍ୱୀ, ସାମ୍ନାକୁ ଆସିଲା ନୂଆ ତଥ୍ୟ

ନୂଆଦିଲ୍ଲୀ: ଆଗକୁ ୨୦୨୪ ଲୋକସଭା ନିର୍ବାଚନ । ଏଥିସହିତ ଚଳିତ ବର୍ଷ ଦେଶର ୯ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ତେଣୁ ଏହାକୁ ନେଇ ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ଏକପ୍ରକାରର ଉଷ୍ଣ ବାତାବରଣ ଦେଖିବାକୁ ମିଳିଛି । ଭବିଷ୍ୟତରେ କ୍ଷମତା ହାତେଇବା ପାଇଁ ପ୍ରତ୍ୟେକ ଦଳ ଏବେଠୁ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଦେଲେଣି । ତେବେ ଏହା ମଧ୍ୟରେ ବିହାର ରାଜନୀତିକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।

ପୁରୁଣା ସହଯୋଗୀ ବିଜେପିର ହାତ ଛାଡ଼ି ଜେଡିୟୁ ସୁପ୍ରିମୋ ନୀତିଶ କୁମାର ଆରଜେଡି ସହ ମେଣ୍ଟ କରି ବିହାରରେ ସରକାର ଗଠନ କରିଥିଲେ । ଗତ ଅଗଷ୍ଟ ମାସରେ ନୀତିଶ ଅଷ୍ଟମ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଓ ଆରଜେଡି ନେତା ତେଜସ୍ୱୀ ଯାଦବ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ତେବେ ଏହା ମଧ୍ୟରେ ଆରଜେଡି-ଜେଡିୟୁ ମଧ୍ୟରେ ଫାଟ ରହିଥିବା ନେଇ ଚର୍ଚ୍ଚା ହେଉଛି । ଏହାକୁ ନେଇ ଜେଡିୟୁ ନେତାଙ୍କ ବୟାନ ସାମ୍ନାକୁ ଆସିଛି ।

ଗତ କିଛିଦିନ ଧରି ବିଧାୟକ ସୁଧାକର କ୍ରମାଗତ ଭାବେ ନୀତିଶଙ୍କ ବିରୋଧରେ ବିଷୋଦଗାର କରୁଛନ୍ତି । ମାତ୍ର ଦଳ ପକ୍ଷରୁ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା । ଏହା ସୁଧାକରଙ୍କ ବ୍ୟକ୍ତିଗତ ମନ୍ତବ୍ୟ ବୋଲି ଆରଜେଡି ପକ୍ଷରୁ କୁହାଯାଇଥିଲା । ମାତ୍ର ନିକଟରେ ଜେଡିୟୁର ସଂସଦୀୟ ବୋର୍ଡର ଅଧ୍ୟକ୍ଷ ଉପେନ୍ଦ୍ର ମୁହଁ ଖୋଲିଛନ୍ତି । ସେ ନୀତିଶଙ୍କୁ ନିଜ ଭାଇ ସହ ତୁଳନା କରିଛନ୍ତି । ନୀତିଶଙ୍କ ବିରୋଧରେ କୌଣସି ଆପତ୍ତିଜନକ ମନ୍ତବ୍ୟକୁ ଗ୍ରହଣ କରାଯିବ ନାହିଁ । ଏପରି ବୟାନବାଜୀ ଗଠବନ୍ଧନ ଉପରେ ପ୍ରଭାବ ପକାଇପାରେ । ତେଣୁ ମେଣ୍ଟ ଭାଙ୍ଗିବା ଚିନ୍ତାରେ ମୁହଁ ବନ୍ଦ କରି ହେବନି ବୋଲି ଉପେନ୍ଦ୍ର କହିଛନ୍ତି ।

ସୂଚନାଯୋଗ୍ୟ ଯେ, ନୀତିଶ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ପଦରୁ ହଟିବେ ବୋଲି ବୟାନ ଦେଇଥିଲେ ରାଜ୍ୟ ବିରୋଧୀ ଦଳ ନେତା ବିଜୟ କୁମାର ସିହ୍ନା । ନୀତିଶ ଲାଲୁ ପ୍ରସାଦ ଯାଦବଙ୍କ ଚକ୍ରବ୍ୟୁହରେ ଫସି ଯାଇଛନ୍ତି । ନୀତିଶ ସୁପର ସିଏମଙ୍କ ଇସାରାରେ ନାଚୁଛନ୍ତି । ମାତ୍ର ଏହା ବେଶି ଦିନ ନୁହେଁ । ନୀତିଶ ପ୍ରଧାନମନ୍ତ୍ରୀ ହେବା ସ୍ୱପ୍ନରେ କିଛି ବି ବୁଝିପାରୁ ନାହାନ୍ତି । ତାଙ୍କୁ ହଟାଇବା ପାଇଁ ଆରଜେଡି ରଣନୀତି ପ୍ରସ୍ତୁତ କରିଥିବା କହିଥିଲେ ବିଜୟ ।

Get real time updates directly on you device, subscribe now.