କୋଦଳା ଓକିଲ ସଂଘ ନିର୍ବାଚନ ଅନୁଷ୍ଠିତ।

News across the Earth, news close to your heart, Read Odisha Bhaskar English

ବେଗୁନିଆପଡା, ୨୭/୦୩- କୋଦଳା ଓକିଲ ସଂଘର ନିର୍ବାଚନ ଆଜି କୋଦଳା କୋର୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ଭାବେ ବାଳକୃଷ୍ଣ ପଣ୍ଡା ନିର୍ବାଚିତ ହୋଇଥିବା ବେଳେ ସମ୍ପାଦକ ଭାବେ ଗୋପାଳକୃଷ୍ଣ ସାହୁ ନିର୍ବାଚିତ ହୋଇଛନ୍ତି ।ବାଳକୃଷ୍ଣ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ସୁଶାନ୍ତ ସାହୁଙ୍କୁ ୨ ଗୋଟି ଭୋଟ ବ୍ୟବଧାନରେ ପରାଜିତ କରି ବିଜୟୀ ହୋଇଥିବା ବେଳେ ସମ୍ପାଦକ ଗୋପାଳକୃଷ୍ଣ ସାହୁ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ସନ୍ୟାସୀ ସାହୁଙ୍କୁ ୨୯ ଖଣ୍ଡ ଭୋଟ ବ୍ୟବଧାନରେ ପରଜିତ କରି ବିଜୟୀ ହୋଇଛନ୍ତି। ଏହା ସହିତ ଉପସଭାପତି ଭାବେ ଜ୍ୟୋତିର୍ମୟ ପଟ୍ଟନାୟକ ,ସହ ସମ୍ପାଦକ ଭାବେ ସୋମନାଥ ବେହେରା ଓ କୋଷ।ଧକ୍ଷ ଭାବେ ଭାସ୍କର ସ୍ୱାଇଁ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି। ଆଜିର ନିର୍ବାଚନ କାର୍ଯ୍ୟକୁ ଆଇନଜୀବୀ ବ୍ରଜବନ୍ଧୁ ଦଳବେହେରା ଓ ରତିକାନ୍ତ ମହାରଣା ପରିଚାଳନା କରିଥିବା ବେଳେ ମୋଟ ୪୯ ଜଣ ଭୋଟ ଦାନ କରିଥିଲେ।

Get real time updates directly on you device, subscribe now.