fbpx
BSKY
BJD MS SKY
BJD YOUTH SKY

RCB ଛାଡ଼ି ପଞ୍ଜାବ କିଙ୍ଗସକୁ ଫେରିଲେ କୋହଲିଙ୍କ ସାଥୀ: IPL-2024ରେ ମିଳିଲା ନୂଆ ଦାୟିତ୍ୱ

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ ପାଇଁ ପ୍ରତ୍ୟେକ ଦଳର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଆଗାମୀ ସପ୍ତାହରେ ନୂଆ ସିଜନ ପାଇଁ ମିନି ନିଲାମୀ ମଧ୍ୟ ଅନୁଷ୍ଠିତ ହେବ । ତେବେ ଏହା ପୂର୍ବରୁ ଆଇପିଏଲ ଦଳ ମାନଙ୍କ ମଧ୍ୟରେ ଟ୍ରେଡିଂ ପ୍ରକ୍ରିୟା ଜାରି ରହିଥିଲା । ଏହି ନିୟମ ଅନୁସାରେ, ପ୍ରତ୍ୟେକ ଦଳ ଅନ୍ୟ ଦଳର ଖେଳାଳିଙ୍କୁ ସାମିଲ କରିପାରିବ । ଗୁଜୁରାଟ ଟାଇଟନ୍ସର ଅଧିନାୟକ(୨୦୨୨-୨୦୨୩) ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସମେତ କାମରନ୍ ଗ୍ରୀନ୍, ଆଭେଶ ଖାନ୍ ଭଳି ଖେଳାଳି ଦଳ ପରିବର୍ତ୍ତନ କରିଛନ୍ତି । ତେବେ ବର୍ତ୍ତମାନ ବିରାଟ କୋହଲିଙ୍କର ଆଉ ଜଣେ ସାଥୀ ବାଙ୍ଗାଲୋର ଦଳ ଛାଡ଼ି ପଞ୍ଜାବ କିଙ୍ଗସକୁ ଫେରି ଯାଇଛନ୍ତି ।

ବିରାଟ କୋହଲିଙ୍କ ଏହି ସାଥୀ ପୂର୍ବରୁ ମଧ୍ୟ ପଞ୍ଜାବ କିଙ୍ଗସ ସହ ଯୋଡ଼ି ହୋଇଥିଲେ । ଏହାପରେ ୨୦୨୧ ମସିହାରେ ସେ ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋର ସହ ଯୋଡ଼ି ହେବା ପରେ ତାଙ୍କୁ ପ୍ରମୁଖ ଦାୟିତ୍ୱ ମଧ୍ୟ ଦେଇଥିଲା ଟିମ ମ୍ୟାନେଜମେଣ୍ଟ । କିନ୍ତୁ ବର୍ତ୍ତମାନ ପୁଣିଥରେ ସେ ଆରସିବି ଛାଡ଼ି ପଞ୍ଜାବ କିଙ୍ଗସରେ ସାମିଲ ହୋଇଛନ୍ତି । ବାଙ୍ଗାଲୋର କ୍ୟାମ୍ପରେ ୨ ବର୍ଷ ସାମିଲ ହୋଇଥିବା ଏହି ପ୍ରମୁଖ ସଦସ୍ୟ ହେଉଛନ୍ତି ଦଳର ପୂର୍ବତନ ମୁଖ୍ୟ କୋଚ୍ ସଞ୍ଜୟ ବାଙ୍ଗର । ଚଳିତବର୍ଷ ଆରସିବିରେ ତାଙ୍କର କାର୍ଯ୍ୟକାଳ ଶେଷ ହେବା ପରେ ବାଙ୍ଗାଲୋର ତାଙ୍କୁ ବିଦାୟ ଦେଇଥିଲା । ଏହାପରେ ସେ ପୁଣିଥରେ ତାଙ୍କର ପୂର୍ବ ଫ୍ରାଞ୍ଚାଇଜି ପଞ୍ଜାବ କିଙ୍ଗସ ସହ ସାମିଲ ହୋଇଛନ୍ତି ।

ଆଇପିଏଲ-୨୨୪ରେ ସେ ପଞ୍ଜାବ ପାଇଁ ଏକ ପ୍ରମୁଖ ଦାୟିତ୍ୱରେ ନଜର ଆସିବେ । ଏ ନେଇ ଆଇପିଏଲ ଟିମ୍ ପଞ୍ଜାବ କିଙ୍ଗସ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛି। ଏଥିରେ ସେ ବାଙ୍ଗରଙ୍କ ଫଟୋ ସହିତ ଲେଖିଛି ଯେ, “ଆମ ସିଂହ ସଞ୍ଜୟ ବାଙ୍ଗର ଫେରି ଆସୁଛନ୍ତି । ତାଙ୍କୁ ପଞ୍ଜାବ କିଙ୍ଗ୍ସର କ୍ରିକେଟ୍ ବିକାଶର ମୁଖ୍ୟ ଭାବରେ ନିଯୁକ୍ତ କରାଯାଇଛି। ବାଙ୍ଗର ଆମ ଦଳ ପାଇଁ ଅଭିଜ୍ଞତା ନେଇ ଆସିଛନ୍ତି । ଆମର ବିଶ୍ୱାସ ଯେ ତାଙ୍କ ନେତୃତ୍ୱରେ ଆମ ଦଳ ନୂଆ ସଫଳତା ହାସଲ କରିପାରିବ ।

ସୂଚନା ଥାଉ କି, ସଞ୍ଜୟ ବାଙ୍ଗର ଜାନୁୟାରୀ ୨୦୧୪ ମସିହାରେ ପଞ୍ଜାବ କିଙ୍ଗସ(କିଙ୍ଗସ ଇଲେଭେନ୍ ପଞ୍ଜାବ) ସହ ଯୋଡ଼ି ହୋଇଥିଲେ । ଏହି ସମୟରେ ତାଙ୍କୁ ଅତିରିକ୍ତ କୋଚ୍ ଭାବରେ ନିଯୁକ୍ତି ମିଳିଥିଲା । ପଞ୍ଜାବ ଏବଂ ବାଙ୍ଗାଲୋର ବ୍ୟତୀତ ସଞ୍ଜୟ କୋଲକାତା ନାଇଟ ରାଇଡର୍ସ ଏବଂ କୋଚ୍ଚି ଟକ୍କର୍ସ ଦଳରେ ମଧ୍ୟ କୋଚ୍ ଭାବରେ ଦାୟିତ୍ୱ ନେଇଥିଲେ ।

Get real time updates directly on you device, subscribe now.