fbpx

Kolkata Case: ଶେଷରେ ଆନ୍ଦୋଳନରତ ଡାକ୍ତରଙ୍କୁ ଭେଟିଲେ ମମତା, ଶେଷ ହେଲା ବୈଠକ

କୋଲକାତା: କୋଲକାତାର ଜଣେ କନିଷ୍ଠ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଆନ୍ଦୋଳନରତ କନିଷ୍ଠ ଡାକ୍ତର ଓ ପଶ୍ଚିମବଙ୍ଗ ସରକାରଙ୍କ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ସୋମବାର କାଲିଘାଟସ୍ଥିତ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବାସଭବନରେ ଶେଷ ହୋଇଛି। ବୈଠକ ଶେଷ ହେବା ପରେ ମମତା ବାନାର୍ଜୀ ବାହାରକୁ ଆସିଥିଲେ। ଏହି ମାମଲାର ସମାଧାନ ପାଇଁ ୪ଥର ଆଲୋଚନା ଆରମ୍ଭ କରିବାକୁ ଚେଷ୍ଟା ବିଫଳ ହେବା ପରେ ଜୁନିୟର ଡାକ୍ତରଙ୍କ ଏକ ପ୍ରତିନିଧି ଦଳ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପାଇଁ ମୁଖ୍ୟମନ୍ତ୍ରୀ ବାନାର୍ଜୀଙ୍କ ବାସଭବନରେ ପହଞ୍ଚିଥିଲେ।

ପୂର୍ବରୁ ବୈଠକର ସିଧା ପ୍ରସାରଣ ଓ ଭିଡିଓ ରେକର୍ଡିଂ ପାଇଁ କନିଷ୍ଠ ଡାକ୍ତରଙ୍କ ଦାବିକୁ ରାଜ୍ୟ ସରକାର ପ୍ରତ୍ୟାଖ୍ୟାନ କରିଥିଲେ। ଯାହା ପରେ ପୂର୍ବରୁ ଆଲୋଚନା ପାଇଁ ଉଦ୍ୟମ ବିଫଳ ହୋଇଥିଲା। ତେବେ ପରେ ଆନ୍ଦୋଳନରତ ଡାକ୍ତରମାନେ ସେମାନଙ୍କ ଦାବିକୁ ନରମ କରିବା ସହ ଏବେ କେବଳ ବୈଠକର ବିବରଣୀ ରେକର୍ଡ କରି ଏହାର ଦସ୍ତଖତ କପି ଦେବାକୁ ରାଜି ହୋଇଛନ୍ତି। ପଶ୍ଚିମବଙ୍ଗ ସରକାର ତୁରନ୍ତ ଏହି ସର୍ତ୍ତକୁ ସ୍ୱୀକାର କରିଛନ୍ତି।

ମୁଖ୍ୟ ଶାସନ ସଚିବ ମନୋଜ ପନ୍ତ କହିଛନ୍ତି ଯେ ଉଭୟ ପକ୍ଷ ବୈଠକର ବିବରଣୀରେ ସ୍ୱାକ୍ଷର କରିବେ। ଏଥିସହ ସ୍ପଷ୍ଟୀକରଣ ପାଇଁ ପରସ୍ପରକୁ କପି ପ୍ରଦାନ କରାଯିବ। ସେପଟେ ଅଷ୍ଟମ ଦିନ ପାଇଁ ସ୍ୱାସ୍ଥ୍ୟ ବିଭାଗମୁଖ୍ୟାଳୟ ସ୍ୱାସ୍ଥ୍ୟ ଭବନ ସମ୍ମୁଖରେ ଧାରଣା ଜାରି ରଖିଛନ୍ତି ଡାକ୍ତର । ଆରଜି କର ହସ୍ପିଟାଲରେ ଜଣେ ପ୍ରଶିକ୍ଷଣର୍ଥୀ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସେମାନେ ନ୍ୟାୟ ଦାବି କରୁଛନ୍ତି। ଏହା ସହ କୋଲକାତା ପୋଲିସ କମିଶନର ଏବଂ ରାଜ୍ୟର ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ହଟାଇବାକୁ ସେମାନେ ଦାବି କରୁଛନ୍ତି।

Get real time updates directly on you device, subscribe now.