fbpx

ଆରଜି କର କଲେଜରେ ଟ୍ରେନି ଡାକ୍ତରଙ୍କ ପ୍ରତିମୂର୍ତ୍ତିକୁ ନେଇ ବିବାଦ: ଏହା ଅପମାନଜନକ ନା ଯନ୍ତ୍ରଣାର ପ୍ରତୀକ?

କୋଲକାତା: କୋଲକାତାର ଆରଜି କର ମଡିକାଲ କଲେଜର ଟ୍ରେନି ଡାକ୍ତରଙ୍କ ଦୁଷ୍କର୍ମ-ହତ୍ୟା ଘଟଣା ଯାହା ସାରା ଦେଶରେ ଚହଳ ପକାଇଦେଇଥିଲା, ଆଜି ପୁଣି ବିବାଦ ଦେଖା ଦେଇଛି । ପୀଡ଼ିତାଙ୍କ ପ୍ରତିମୂର୍ତ୍ତି ସ୍ଥାପନକୁ ନେଇ ବିବାଦ ଦେଖାଦେଇଛି । ଫାଇବରଗ୍ଲାସରେ ନିର୍ମିତ ଏହି ମୂର୍ତ୍ତିର ନାମ ‘କ୍ରାଇ ଅଫ୍ ଦି ଆୱାର୍’ ରଖାଯାଇଛି ।

ଏଥିରେ ଜଣେ ମହିଳା ଯନ୍ତ୍ରଣାରେ ଚିତ୍କାର କରୁଥିବା ଦେଖିବାକୁ ମିଳିଛି । ଏହି ପ୍ରତିମୂର୍ତ୍ତିକୁ ନେଇ ଆରମ୍ଭ ହୋଇଛି ବିବାଦ । ତୃଣମୂଳ କଂଗ୍ରେସ ନେତା କୁନାଲ ଘୋଷ ଏହାକୁ ନିମ୍ନମାନର ଏବଂ ପ୍ରଶିକ୍ଷଣପ୍ରାପ୍ତ ଡାକ୍ତରଙ୍କ ସ୍ମୃତିକୁ ଅପମାନଜନକ ବୋଲି କହିଛନ୍ତି । ଏବଂ ଏହା ସବୁଠାରୁ ଖରାପ କଥା ବୋଲି ସେ କହିଛନ୍ତି ।

ହେଲେ ପାଖାପାଖି ଦୁଇ ମାସ ଧରି ଆନ୍ଦୋଳନ କରୁଥିବା କନିଷ୍ଠ ଡାକ୍ତରମାନେ କହିଛନ୍ତି ଯେ ଏହି ପ୍ରତିମୂର୍ତ୍ତି କୌଣସି ପୀଡ଼ିତାଙ୍କ ନୁହେଁ ବରଂ ଏହା ତାଙ୍କୁ ହୋଇଥିବା ଯନ୍ତ୍ରଣା ଓ ନିର୍ଯାତନାର ପ୍ରତୀକ । ଏହି ପ୍ରତିମୂର୍ତ୍ତି ମଧ୍ୟ ଆମର ପ୍ରଦର୍ଶନକୁ ମଧ୍ୟ ପ୍ରତିଫଳିତ କରେ । ଏହି ଘଟଣାକୁ ନେଇ ଏଭଳି କଥା ଅନେକ ନିନ୍ଦା କରୁଥିବା ବେଳେ ଅନେକ ସମର୍ଥନ କରୁଛନ୍ତି ।

Get real time updates directly on you device, subscribe now.