fbpx
BSKY
BJD MS SKY
BJD YOUTH SKY

ମଥୁରାରେ କିଏ ଶ୍ରୀକୃଷ୍ଣ ମନ୍ଦିର ଭାଙ୍ଗି ମସଜିଦ ନିର୍ମାଣ କରଥିଲେ? ASI କଲା ବଡ଼ ଖୁଲାସା

ନୂଆଦିଲ୍ଲୀ: ମୌନପୁରୀର ଅଜୟ ପ୍ରତାପ ସିଂହ ଦେଶବ୍ୟାପୀ ମନ୍ଦିର ମାନଙ୍କ ବିଷୟରେ ଆରଟିଆଇ ମାଧ୍ୟମରେ ସୂଚନା ମାଗିଥିଲେ। ଏଥିରେ ସେ ମଥୁରାର ଶ୍ରୀକୃଷ୍ଣ ଜନ୍ମଭୂମିକୁ ନେଇ ମଧ୍ୟ ସୂଚନା ମାଗିଥିଲେ। ଏହାର ଉତ୍ତର ଦେବାକୁ ଯାଇ ଏଏସଆଇ ଆଜି ଏକ ବଡ଼ ଖୁଲାସା କରିଛି। ତେବେ ମୋଗଲ ଶାସକ ଔରଙ୍ଗଜେବ ମଥୁରାରେ ଶ୍ରୀକୃଷ୍ଣ ମନ୍ଦିର ଭାଙ୍ଗି ମସଜିଦ ନିର୍ମାଣ କରିଥିବା ଏଏସଆଇ ପକ୍ଷରୁ କୁହାଯାଇଛି।

ଏନେଇ ଆରଟିଆଇରେ ଆଗ୍ରା ପ୍ରତ୍ନତତ୍ତ୍ୱ ବିଭାଗ କହିଛି ଯେ ମଥୁରାରେ ମନ୍ଦିର ଭାଙ୍ଗିବା ପରେ ଔରଙ୍ଗଜେବଙ୍କ ଦ୍ୱାରା ନିର୍ମିତ ମସଜିଦ ସ୍ଥାନରେ ଶାହି ଇଦଗାହ ମସଜିଦ ନିର୍ମାଣ କରାଯାଇଛି। ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ବ୍ରିଟିଶ ଶାସନ ସମୟରେ ୧୯୨୦ ମସିହାରେ ପ୍ରକାଶିତ ଗେଜେଟ ଆଧାରରେ ଦାବି କରି ଏହାର ଉତ୍ତର ଦେଇ କହିଥିଲେ ଯେ ପୂର୍ବରୁ ମସଜିଦ ସ୍ଥାନରେ କଟରା କେଶବଦେବ ମନ୍ଦିର ଥିଲା। ଯାହାକୁ ଭାଙ୍ଗି ଏକ ମସଜିଦ ନିର୍ମାଣ କରାଯାଇଥିଲା।

ଅନ୍ୟପଟେ ଏହାକୁ ନେଇ ଆଡଭୋକେଟ୍ ମହେନ୍ଦ୍ର ପ୍ରତାପ କହିଛନ୍ତି, ବ୍ରିଟିଶ ଶାସନ କାଳରେ କାର୍ଯ୍ୟ କରୁଥିବା ପବ୍ଲିକ୍ ୱାର୍କସ ବିଭାଗର ବିଲଡିଂ ଆଣ୍ଡ ରୋଡ୍ ସେକ୍ସନ୍ ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ୩୯ ଟି ସ୍ମାରକର ତାଲିକା ପ୍ରଦାନ କରିଥିଲେ। ୧୯୨୦ ରେ ଆହ୍ଲାବାଦରୁ ଏହି ତାଲିକାରେ କଟରା କେଶବ ଦେବ ଭୁମିରେ ଶ୍ରୀକୃଷ୍ଣ ଭୁମି ୩୭ ନମ୍ବରରେ ଉଲ୍ଲେଖ କରାଯାଇଛି। ଏହା ଲେଖାଯାଇଛି ଯେ ପୂର୍ବରୁ କଟରା ପର୍ବତ ଉପରେ କେଶବ ଦେବ ମନ୍ଦିର ଥିଲା। ଏହାକୁ ଭାଙ୍ଗି ଦିଆଯାଇଥିଲା ଏବଂ ସେହି ସ୍ଥାନଟି ଏକ ମସଜିଦ ପାଇଁ ବ୍ୟବହୃତ ହୋଇଥିଲା।

Get real time updates directly on you device, subscribe now.