fbpx

ଷ୍ଟାଇଲିସ ପାଣ୍ଡ୍ୟା ବ୍ରଦର୍ସ: ଇନଷ୍ଟାଗ୍ରାମରେ ଭାଇରାଲ ହେଉଛି ଏହି ପୋଷ୍ଟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟରେ ସମସ୍ତ ଖେଳାଳୀ ସବୁ ସମୟରେ ଚର୍ଚ୍ଚାରେ ରହିଥାନ୍ତି । ତେବେ ସେମାନଙ୍କ ମଧ୍ୟରେ ପାଣ୍ଡ୍ୟା ବ୍ରଦର୍ସ ସର୍ବଦା ଚର୍ଚ୍ଚାରେ ରହିଆସିଛନ୍ତି । ତେବେ ଦୁଇ ଅଲରାଉଣ୍ଡର ଭାଇ ଖେଳକୁ ନେଇ ଯେତିକି ଚର୍ଚ୍ଚାରେ ରହିଥାନ୍ତି ସେତିକି ବ୍ୟକ୍ତିଗତ ଜୀବନ ଏବଂ ଫ୍ୟାଶନ ଷ୍ଟାଇଲକୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଥାନ୍ତି ।

ନିକଟରେ ହାର୍ଦ୍ଦିକ ପାଣ୍ଡ୍ୟା ପୋଷ୍ଟ କରିଥିବା ଏକ ଫଟୋ ସୋସିଆଲ ମିଡିଆରେ ଘୁରି ବୁଲୁଛି । ହାର୍ଦ୍ଦିକ ପୋଷ୍ଟ କରିଥିବା ଏହି ଫଟୋରେ ‘ମାଇଁ ପିଲାର’ ବୋଲି କ୍ୟାପଶନ ଦେଇଛନ୍ତି । ତେବେ ଏହି ଫଟୋରେ ହାର୍ଦ୍ଦିକ ବଡ଼ ଭାଇ କ୍ରୁନାଲଙ୍କ ସହିତ ଷ୍ଟାଇଲିଶ ଅନ୍ଦାଜରେ ନଜର ଆସିଛନ୍ତି । ଏଥିରେ ସେ ଏକ ଧଳା ବ୍ୟାନିୟନ ସହିତ ନାଲି ଜ୍ୟାକେଟ ଏବଂ ଧଳା ବ୍ୟାଗି ପ୍ୟାଣ୍ଟ ଓ ଧଳା ଜୋତା ପିନ୍ଧିଥିବା ଦେଖିବାକୁ ମିଳିଛି । ଏହା ସହିତ କ୍ରୁନାଲ ଏକ ଧଳା ଓଭର ସାଇଜ ସାର୍ଟ ସହିତ ଧଳା ଟ୍ରାଉଜର ପ୍ୟାଣ୍ଟ ଏବଂ ଧଳା ଜୋତା ପିନ୍ଧିଥିବା ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ, କ୍ରିକେଟ ଜୀବନରେ ବନଭାଇ କ୍ରୁନାଲଙ୍କୁ ବେଶ ପଛରେ ପକାଇ ଦେଇଛନ୍ତି ହାର୍ଦ୍ଦିକ । ଆହତ ହେବା କାରଣରୁ ହାର୍ଦ୍ଧିକ ବିା୍ବକପରୁ ବାଦ୍ ପଡ଼ିବା ପରେ ଭାରତର ବିଜୟ ଯାତ୍ରା ବାଦ ପଡ଼ିନଥିଲା । କିନ୍ତୁ ଫାଇନାଲରେ ତାଙ୍କର ଅଭାବ ସ୍ପଷ୍ଟ ଜଣାପଡ଼ିଥିଲା । ଏବେ ମଧ୍ୟ ସେ ଦକ୍ଷିଣ ଆଫ୍ରିକା ଗସ୍ତରୁ ବାଦ ପଡ଼ିଛନ୍ତି । କିନ୍ତୁ ଆଇପିଏଲରେ ଗୁଜରାଟରୁ ମୁମ୍ବାଇ ଇଣ୍ଡିଆନ୍ସକୁ ଟ୍ରେଡିଂରେ ଆସି ହାର୍ଦ୍ଦିକ ପୁଣି ଚର୍ଚ୍ଚାରେ ଆସିଛନ୍ତି ।

Get real time updates directly on you device, subscribe now.