fbpx
BSKY SKY
BSKY SKY

ବିଜେପି ବିଜୟର ପ୍ରଭାବ, ଭୋପାଲର ଏହି ରେଷ୍ଟୁରାଣ୍ଟରେ ୫୦% ରିହାତି

BSKY

ଭୋପାଲ: ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ଼ରେ ବିଜେପିର ବିପୁଳ ବିଜୟ ରାଜନୈତିକ ବାତାବରଣରେ ହଲଚଲ ସୃଷ୍ଟି କରିଛି । ଅନେକ ବିରୋଧୀ ଦଳ ନେତାଙ୍କ ପାଇଁ ଏହା ମୁଣ୍ଡବ୍ୟଥାର କାରଣ ପାଲଟିଛି । ଏହି ପରିପ୍ରେକ୍ଷୀରେ ଭୋପାଲର ଏକ କାଫେ ‘ୱାଇକିଂ କାଫେ ଭୋପାଲ’ ତରଫରୁ ଏକ ସ୍ୱତନ୍ତ୍ର ଅଫର ଜାରି କରାଯାଇଛି । ୩ଟି ରାଜ୍ୟରେ ବିଜେପିର ବିଜୟର ଖୁସିରେ ଏହି ରେଷ୍ଟୁରାଣ୍ଟରେ ସମସ୍ତଙ୍କୁ ଖାଦ୍ୟ ପେୟ ଉପରେ ୫୦% ରିହାତି ମିଳିବ । ଏହି ଅଫର ଗୋଟିଏ ସପ୍ତାହ ପର୍ଯ୍ୟନ୍ତି ଜାରି ରହିବା ନେଇ ରେଷ୍ଟୁରାଣ୍ଟର ମାଲିକ ମତ ପ୍ରକାଶ କରିଛନ୍ତି । ତେବେ ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ସ୍ୱତନ୍ତ୍ର ଅଫର ଦେବା ପଛରେ ମୁଖ୍ୟ କାରଣ ହେଲା ମହିଳାମନଙ୍କ ସୁରକ୍ଷା ଏବଂ ଅର୍ଥିକ ସହାୟତା ଯୋଗାଇବା ସହ ଗରିବ ଶ୍ରେଣୀର ଲୋକମାନଙ୍କ ଦୁଃଖ ବୁଝିବା ନେଇ ବିଜେପି ସରକାର ଯେଉଁ ସବୁ କାର୍ଯ୍ୟ କରିଛନ୍ତି ମୋତେ ପସନ୍ଦ ଆସିଛି । ସେଥିପାଇଁ ଏହାକୁ ସେଲିବ୍ରେଟ୍ କରିବା ପାଇଁ ଭାବିଲି ।

ଏହି ରେଷ୍ଟୁରାଣ୍ଟ ସକାଳ ୧୧ ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ଖୋଲା ରହିବ । ଏଠାରେ ଫାଷ୍ଟ୍ ଫୁଡ଼୍‌, କୋଲ୍ଡ ଡ୍ରିଂକ୍ସ୍‌, ଜୁସ୍‌, ଲଞ୍ଚ ଏବଂ ଡ଼ିନର୍ ଉପରେ ୫୦% ରିହାତି ଉପଲବ୍ଧ ରହିବ । କେବଳ ଏତିକି ନୁହେଁ ଲାଇବ୍ରେରୀ, ଗେମ୍ ଜୋନ୍ ଭଳି ସୁବିଧା ଉପଲବ୍ଧ ଅଛି ।

Get real time updates directly on you device, subscribe now.