ଦୀପାଳିକୁ ଟାର୍ଗେଟ କଲେ ଯୋଗାଣ ମନ୍ତ୍ରୀ: ‘ସେତେବେଳେ ବିଧାୟକ ଆଶାରେ ରହିଲେ ଏବେ ଆଳୁ ଖୋଳୁଛନ୍ତି..ମହାଦେବ ବାହାରିବେ’

ନବ ଦାସଙ୍କ ହତ୍ୟା ମାମଲାରେ ଯୋଗାଣ ମନ୍ତ୍ରୀଙ୍କ ପ୍ରତିକ୍ରିୟା । ଷଡ଼ଯନ୍ତ୍ର କ’ଣ ରହିଥିଲା ତାହା ବାହାରକୁ ବାହାରିବା ଦରକାର ।

ଭୁବନେଶ୍ବର: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ଘଟଣାରେ ଝିଅ ଦୀପାଳି ଦାସ ମୁହଁ ଖୋଲିବା ପରଠାରୁ ଜୋର ଧରିଛି ରାଜନୀତି । ବର୍ତ୍ତମାନ ସିବିଆଇ ତଦନ୍ତ ନେଇ ମାମଲା ଦାୟର ହୋଇଛି । ଏନେଇ ଆଜି ମୁହଁ ଖୋଲିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ଆଳୁ ଖୋଳୁଛନ୍ତି ଦୀପାଳି- ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କୁ କଟାକ୍ଷ କରିଛନ୍ତି ଯୋଗାଣ ମନ୍ତ୍ରୀ । ସେ କହିଛନ୍ତି ଦୀପାଳି ଏବେ ଆଳୁ ଖୋଳୁଛନ୍ତି । ଖୋଳିଲେ ତ ମହାଦେବ ବାହାରିବେ, ଆଉ ବାହାରିବା କଥା ମଧ୍ୟ ।

ପ୍ରକୃତ ସତ୍ୟ ସାମ୍ନାକୁ ଆସିବା ଦରକାର- ସେତେବେଳେ ବିଧାୟକ ଟିକେଟ୍ ଆଶାରେ ଦୀପାଳି ଚୁପ୍ ରହିଥିଲେ । ନବ ଦାସଙ୍କ ଝିଅ କିଛି ବି କହିଲେନି ।

ଏମଏଲଏ ଟିକେଟ ଆଶାରେ ରହିଲେ, ଟିକେଟ ପାଇ ବିଧାୟିକା ବି ହେଲେ । ଆମ ସରକାର ଆସିବା ପରେ ଦୀପାଳି ଏବେ ଆଳୁ ଖୋଳୁଛନ୍ତି ।

ତେବେ ଗୋପାଳ ଦାସ ଦ୍ବାରା କିଏ ଏଭଳି କାମ କରିଛି ତାହା ନିଶ୍ଚୟ ଜଣାପଡିବା ଦରକାର ବୋଲି ଆଜି ଗଣମାଧ୍ୟମ ଆଗେର କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।