fbpx

କେଏସ ଭରତଙ୍କୁ ଅଧିନାୟକ ଭାବେ ନିଯୁକ୍ତ କଲା BCCI: ଦକ୍ଷିଣ ଆଫ୍ରିକା ଗସ୍ତରେ ସମ୍ଭାଳିବେ ଟିମର ଦାୟିତ୍ୱ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ତିନୋଟି ଫର୍ମାଟର ସିରିଜ ପାଇଁ ଭାରତୀୟ ଟିମ୍ ଘୋଷଣା କରାଯାଇଛି । ଅଜିଙ୍କ୍ୟ ରାହାଣେ, ଚେତେଶ୍ୱର ପୂଜାରା, ଉମେଶ ଯାଦବଙ୍କ ପରି ସିନିୟର ଖେଳାଳିଙ୍କୁ ଟିମରେ ସ୍ଥାନ ମିଳି ନଥିବା ବେଳେ ରଜତ ପାଟୀଦାର, ସାଈ ସୁଦର୍ଶନଙ୍କ ପରି କିଛି ନୂଆ ଚେହେରାଙ୍କୁ ଦଳରେ ସ୍ଥାନ ମିଳିଛି । ସୂର୍ୟ୍ୟକୁମାର ଯାଦବ ଟି-୨୦, କେଏଲ ରାହୁଲ ଦିନିକିଆ ଓ ରୋହିତ ଶର୍ମା ଟେଷ୍ଟ ସିରିଜର ଦାୟିତ୍ୱ ସମ୍ଭାଳିବେ ।

ତେବେ ଏହା ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୱିକେଟ କିପର କେ.ଏସ ଭରତଙ୍କୁ ବିସିସିଆଇ ଏକ ବଡ଼ ଦାୟିତ୍ୱ ଦେଇଛି । ଦକ୍ଷିଣ ଆଫ୍ରିକା ଗସ୍ତ କାଳରେ ଭାରତ-ଏ ଟିମ ପ୍ରତିପକ୍ଷ ଦକ୍ଷିଣ ଆଫ୍ରିକା-ଏ ଟିମ୍ ବିପକ୍ଷରେ ୨ଟି ଚାରିଦିବସୀୟ ଅଭ୍ୟାସ ମ୍ୟାଚ ଖେଳିବ । ସେଥିପାଇଁ ଭାରତ-ଏ ଟିମର ଘୋଷଣା କରାଯାଇଛି । ଭାରତ-ଏ ଟିମ ପାଇଁ ଭରତଙ୍କୁ ବିସିସିଆଇ ଅଧିନାୟକ ଭାବେ ନିଯୁକ୍ତି ଦେଇଛି ।

ଭରତ ଦକ୍ଷିଣ ଆଫ୍ରିକା ବିପକ୍ଷ ଦୁଇଟି ଅଭ୍ୟାସ ମ୍ୟାଚ ପାଇଁ ଭାରତ-ଏ ଟିମର ଅଧିନାୟକ ଦାୟିତ୍ୱ ସମ୍ଭାଳିବେ । ଏହା ପୂର୍ବରୁ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ସ୍କ୍ୱାଡରେ ଭରତଙ୍କୁ ସ୍ଥାନ ମିଳିନଥିଲା । ସମସ୍ତ ଫର୍ମାଟ ପାଇଁ ବିସିସିଆଇ ଅଲଗା ଅଲଗା ଟିମର ଘୋଷଣା କରିଛି । ଭରତ, ସାଈ ସୁଦର୍ଶନ, ଅଭିମନ୍ୟୁ ଈଶ୍ୱରନ, ଧ୍ରୁବ ଜୁରେଲ, ମାନବ ସୁତାର ଓ କାବେରପ୍ପା ଦୁଇଟି ମ୍ୟାଚରେ ଖେଳିବେ । ଗତ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଖେଳିଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଭରତ ଖେଳିଥିଲେ ।

 

Get real time updates directly on you device, subscribe now.