fbpx
BJD SKY
BJD SKY

IPLରୁ ବାଦ୍ ପଡ଼ିବେ କୁଳଦୀପ! ଏହି କାରଣରୁ ଦଳରୁ ବାହାର ହୋଇପାରନ୍ତି ଷ୍ଟାର ସ୍ପିନର

BJD

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଲାଗିଛି ଆଉ ଏକ ଶକ୍ତ ଝଟକା । ଦଳରୁ ବାଦ୍ ପଡ଼ିପାରନ୍ତି ଷ୍ଟାର ସ୍ପିନର କୁଳଦୀପ ଯାଦବ । ରାଜସ୍ଥାନ ରୋୟଲ୍ସ ବିପକ୍ଷ ମ୍ୟାଚରେ ଆହତ ହୋଇଥିବାରୁ ତାଙ୍କୁ ବିଶ୍ରାମ ଦେବାକୁ ପରାମର୍ଶ ଦିଆଯାଇଛି । ତେଣୁ ଆଗାମୀ କିଛି ମ୍ୟାଚରେ କୁଳଦୀପ ଦଳରୁ ବାହାରେ ରହିପାରନ୍ତି । ତେବେ ରାଜସ୍ଥାନ ବିପକ୍ଷରେ ଆହତ ହେବାରୁ ପରବର୍ତ୍ତୀ ମ୍ୟାଚରେ କୋଲକାତା ବିପକ୍ଷରେ ଇଶାନ୍ତ ଶର୍ମାଙ୍କୁ ଦଳରେ ସୁଯୋଗ ମିଳିଥିଲା । ତେବେ ଆଗାମୀ କିଛି ମ୍ୟାଚରେ ମଧ୍ୟ କୁଳଦୀପ ଦଳରୁ ବାଦ୍ ପଡ଼ିପାରନ୍ତି ବୋଲି ଅନୁମାନ କରାଯାଉଛି ।

ଦିଲ୍ଲୀ କ୍ୟାପିଟାଲ୍ସର ଚାଇନାମ୍ୟାନ ବୋଲର କୁଳଦୀପ ଯାଦବ ବର୍ତ୍ତମାନ ‘ଗ୍ରୋଇନ’ ଇଞ୍ଜୁରୀ ସମସ୍ୟା ଦେଇ ଗତି କରୁଛନ୍ତି । ତେଣୁ ଟିମ ମ୍ୟାନେଜମେଣ୍ଟ ତରପରୁ ତାଙ୍କୁ ଆଇପିଏଲରେ ବିଶ୍ରାମ କରିବା ପାଇଁ ପରାମର୍ଶ ଦିଆଯାଇଛି । ଏ ନେଇ କୁଳଦୀପ କହିଛନ୍ତି ଯେ, ତାଙ୍କୁ ସୁସ୍ଥ ହେବା ପାଇଁ କିଛି ସମୟ ଲାଗିବ । ବିସିସିଆଇର ଚୁକ୍ତି ଅନ୍ତର୍ଭୁକ୍ତ ହୋଇଥିବା ବେଳେ କୁଳଦୀପ ଆସନ୍ତା ଟି-୨୦ ବିଶ୍ୱକପ ପାଇଁ ମଧ୍ୟ ସୁଯୋଗ ପାଇପାରନ୍ତି । ତେଣୁ ଜାତୀୟ କ୍ରିକେଟ ଏକାଡେମୀ(ଏନସିଏ)ର କ୍ରୀଡ଼ା ବିଶେଷଜ୍ଞ ତଥା ଚିକିତ୍ସା ଟିମ ତରଫରୁ ପରାମର୍ଶ ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ । ଆଇପିଏଲ ଫ୍ରାଞ୍ଚାଇଜି ପାଇଁ ଟିମ ଇଣ୍ଡିଆ କ୍ରିକେଟରଙ୍କ ଆହତ ତଥା ଆହତ ଜନିତ ସମସ୍ୟା ସମ୍ପର୍କରେ ସୂଚନା ଦେବା ବାଧ୍ୟତାମୂଳକ ରହିଛି ।

ତେବେ ବର୍ତ୍ତମାନ କୁଳଦୀପ ଦଳର ପତ୍ୟେକ ମ୍ୟାଚ ପାଇଁ ଟିମ୍ ସହ ଯାତ୍ରା କରୁଛନ୍ତି । କିନ୍ତୁ ଆଗାମୀ ମ୍ୟାଚରେ ଦଳ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ମ୍ୟାଚ୍ ଖେଳିବାକୁ ଥିବା ବେଳେ ଏହି ମ୍ୟାଚରେ ମଧ୍ୟ କୁଳଦୀପଙ୍କ ଖେଳିବା ନେଇ ସଂଶୟ ଲାଗି ରହିଛି । ଚଳିତ ଆଇପିଏଲରେ କୁଳଦୀପ ୨ଟି ମ୍ୟାଚରୁ ୭.୬୨ ଇକୋନୋମୀରେ ୩ଟି ୱିକେଟ ଅକ୍ତିଆର କରିଛନ୍ତି । ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ମଧ୍ୟ ଭାରତ ପାଇଁ ଦମଦାର ବୋଲିଂ କରିଥିଲେ କୁଳଦୀପ । ୫ଟି ଟେଷ୍ଟ ମ୍ୟାଚରୁ ସେ ମୋଟ ୧୯ଟି ୱିକେଟ ନିଜ ନାମରେ କରିଛନ୍ତି ।

Get real time updates directly on you device, subscribe now.