fbpx
BSKY SKY
BSKY SKY

ନିର୍ବାଚନ ପୂର୍ବରୁ କେରଳରେ ବଡ଼ ଧରଣର ବିସ୍ଫୋରଣ, ମୃତକ ଜଣକ ଥିଲେ CPIM ର କାର୍ଯ୍ୟକର୍ତ୍ତା

BSKY

ନୂଆଦିଲ୍ଲୀ: କେରଳର କନ୍ନୁର ଜିଲ୍ଲାର ମୂଲିୟାଥୋଡରେ ଶୁକ୍ରବାର ଦିନ ସକାଳୁ ଏକ ବୋମା ବିସ୍ଫୋରଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା ଏବଂ ଏଥିରେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି । ବୋମା ବିସ୍ଫୋରଣରେ ଶିକାର ହୋଇଥିବା ବ୍ୟକ୍ତି ଶୋରେନ ନାମରେ ପରିଚିତ ହୋଇଛନ୍ତି । ଯିଏ ଭାରତୀୟ କମ୍ୟୁନିଷ୍ଟ ପାର୍ଟୀର କାର୍ଯ୍ୟକର୍ତ୍ତା ଥିଲେ । ବିସ୍ଫୋରଣରେ ଆହତ ହୋଇଥିବା ବ୍ୟକ୍ତି ବିନେଶ ଅଟନ୍ତି, ଯିଏକି ସିପିଆଇ-ଏମର କାର୍ଯ୍ୟକର୍ତ୍ତା ଅଟନ୍ତି ।

ସୂଚନା ମୁତାବକ ପନୁର ପୋଲିସ ଷ୍ଟେସନ ଅନ୍ତର୍ଗତ ମୁଲିୟାଥୋଡ ଅଞ୍ଚଳରେ ହୋଇଥିବା ବୋମା ବିସ୍ଫୋରଣ ସେତେବେଳେ ହୋଇଥିଲା ଯେତେବେଳେ ବୋମା ତିଆରି ପ୍ରକ୍ରିୟା ଚାଲିଥିଲା । ମୃତକ ଶୋରେନ ପନୁର ମୂଳ ନିବାସୀ ଅଟନ୍ତି । ମୃତକ ଶୋରେନ ଏବଂ ଆହତ ଦିନେଶ ଦୁହେଁ ସିପିଆଇର ସକ୍ରିୟ ସଦସ୍ୟ ରହିଥିଲେ ।

ଏହି ବୋମା ବିସ୍ଫୋରଣରେ ସ୍ଥାନୀୟ କମିଟି ନେତାଙ୍କ ପୁଅ ବିନେଶ ଗୁରୁତର ଆହତ ହୋଇ ଭେଣ୍ଟିଲେଟରରେ ଅଛନ୍ତି। ସୂତ୍ରରୁ ପ୍ରକାଶ ଯେ ଉଭୟ ପୀଡିତାଙ୍କୁ ପ୍ରଥମେ କୋଜିକୋଡେ ସ୍ଥିତ ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣା ପରେ ତାଙ୍କୁ ପ୍ରଥମେ କନ୍ନୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଏକ ଘରୋଇ ଡାକ୍ତରଖାନା ନିଆଯାଇଥିଲା।

Get real time updates directly on you device, subscribe now.