BREAKING: ସେନାର ଅପରେସନ ‘ଅଖଲ’, ଏନକାଉଣ୍ଟରରେ ଆତଙ୍କବାଦୀ ନିପାତ

ଏହି ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିପାତ ହୋଇଥିବା ସୂଚନା ରହିଛି।

କୁଲଗାମ: ଜମ୍ମୁ-କାଶ୍ମୀରର କୁଲଗାମ ଜିଲ୍ଲାର ଅଖଲ ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଚାଲିଛି ଗୁଳିବିନିମୟ। ଏହି ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିପାତ ହୋଇଥିବା ସୂଚନା ରହିଛି।

ଭାରତୀୟ ସେନା ‘ଅପରେସନ୍ ଅଖଲ’ ଅଧୀନରେ ଆତଙ୍କବାଦ ବିରୋଧୀ ଅଭିଯାନ ଚଳାଇ ଜଣେ ଆତଙ୍କବାଦୀଙ୍କୁ ହତ୍ୟା କରିଛି। ଚିନାର କର୍ପସ ଏହାର ସରକାରୀ ଏକ୍ସ ହ୍ୟାଣ୍ଡେଲରେ ଏହି ଅଭିଯାନକୁ ନିଶ୍ଚିତ କରିଛନ୍ତି।

ସେ ସୂଚନା ଦେଇଛନ୍ତି ଯେ ଅଭିଯାନ ଏବେ ବି ଜାରି ରହିଛି ଏବଂ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। ଏହି ମିଳିତ ଅପରେସନରେ ଭାରତୀୟ ସେନା, ଜମ୍ମୁ-କାଶ୍ମୀର ପୋଲିସର ସ୍ପେଶାଲ୍ ଅପରେସନ ଗ୍ରୁପ୍‌, କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ ଏବଂ ଅନ୍ୟାନ୍ୟ ସୁରକ୍ଷା ବାହିନୀ ସାମିଲ ଅଛନ୍ତି।

ସୂଚନା ଅନୁଯାୟୀ, ଆତଙ୍କବାଦୀ ଲୁଚି ରହିଥିବା ସୂଚନା ପରେ, ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା। ଆଉ ଦୁଇ ଆତଙ୍କବାଦୀ ଲୁଚି ରହିଥିବା ସୂଚନା।

ଶୁକ୍ରବାର ଦିନ ଅଖଲ ଜଙ୍ଗଲ ଅଞ୍ଚଳରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏକ ଏନକାଉଣ୍ଟର ଆରମ୍ଭ ହୋଇଥିଲା। ଆତଙ୍କବାଦୀଙ୍କ ଉପସ୍ଥିତି ବିଷୟରେ ସୂଚନା ପାଇବା ପରେ ସେନା ସେହି ଅଞ୍ଚଳରେ ଘେରାବନ୍ଦୀ ଏବଂ ସର୍ଚ୍ଚ ଅପରେସନ୍ କରିଥିଲା।

ସର୍ଚ୍ଚ ଅପରେସନ୍ ସମୟରେ ଆତଙ୍କବାଦୀ ଲୁଚି ଥିବା ଜାଣିପାରିଥିଲେ ସେନା। ବର୍ତ୍ତମାନ, ଆତଙ୍କବାଦୀମାନେ ଖସିଯିବାର ସୁଯୋଗ ନପାଇବା ପାଇଁ ସେନା ସମଗ୍ର ଅଞ୍ଚଳକୁ ଘେରି ରହିଛି।