fbpx

OSCARS ଦେଲା ‘ଲାଲ ସିଂହ ଚଡ୍ଢା’କୁ ବଡ଼ ସମ୍ମାନ, ଇନଷ୍ଟାଗ୍ରାମ ପୋଷ୍ଟ ପୋଷ୍ଟରେ ଲେଖିଲା…

ଆମୀର ଖାନଙ୍କ ଅଭିନୀତ ‘ଲାଲ ସିଂହ ଚଡ୍ଢା’ ସିନେମାଘରେ ରିଲିଜ୍ ହୋଇଛି । ଫିଲ୍ମକୁ ଦର୍ଶକ ଏବଂ କ୍ରିଟିକ୍ସଙ୍କ ମିଶ୍ର ପ୍ରତିକ୍ରିୟା ମିଳିଛି । ପ୍ରଥମ ଦିନରେ କେବଳ ୧୨ କୋଟି ଆୟ କରିଥିବାବେଳେ ଦର୍ଶକଙ୍କ ମନରେ ନିଜ ପାଇଁ କିଛି ଖାସ୍ ସ୍ଥାନ ତିଆରି କରିପାରିନାହିଁ । ଆମୀର ଖାନଙ୍କ ପାଇଁ ମଧ୍ୟ ଏହା ଆଶ୍ଚର୍ଯ୍ୟକର, କାରଣ ଏହା ପୂର୍ବରୁ ଅଭିନେତାଙ୍କ ଫିଲ୍ମରେ ଆୟରେ ଅନେକ ରେକର୍ଡ କରିଛି, ତାହା ପୁଣି ପ୍ରଥମ ଦିନରେ ଫିଲ୍ମରେ କରୀନା କପୂର ଖାନ୍, ନାଗା ଚୈତନ୍ୟ ଏବଂ ମୋନା ସିଂହ ଲିଡ୍ ରୋଲରେ ନଜର ଆସିଛନ୍ତି । ‘ଲାଲ ସିଂହ ଚଡ୍ଢା’, ୧୯୯୪ ମସିହାରେ ରିଲିଜ ହୋଇଥିବା ହଲିଉଡ୍ ଫିଲ୍ମ ‘ଫରେଷ୍ଟ ଗମ୍ପ’ ର ହିନ୍ଦୀ ରିମେକ୍ ।

ଆମୀରଙ୍କ ଫିଲ୍ମ ‘ଲାଲ ସିଂହ ଚଡ୍ଢା’ ରିଲିଜ୍ ହେବାର କିଛି ଦିନ ପରେ ଓସ୍କର ଏକାଡେମୀର ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏକ ଭିଡିଓ ପୋଷ୍ଟ ହୋଇଛି । ଏହି ସର୍ଟ ଭିଡିଓରେ ଦେଖାଯାଇଛି କେଉଁଭଳି ଭାବରେ ପୁଣିଥରେ ଫରେଷ୍ଟ ଗମ୍ପର ମୂହୂର୍ତ୍ତକୁ ଉଜ୍ଜିବୀତ କରିଛି ଲାଲ ସିଂହ ଚଡ୍ଢା । ଭିଡିଓରେ ଓରିଜିନାଲ ଫିଲ୍ମର କିଛି ଦୃଶ୍ୟ ଏବଂ ଆମୀର ଖାନଙ୍କ ଲାଲ ସିଂହ ଚଡ୍ଢାର କିଛି ଦୃଶ୍ୟ ନିଆଯାଇଛି । ଫିଲକୁ ଅଦ୍ୱେତ ଚନ୍ଦନ ନିର୍ଦ୍ଦେଶନା କରିଛନ୍ତି ।

ଭିଡିଓର କ୍ୟାପ୍ସନରେ ଲେଖାଯାଇଛି ଯେ ରବର୍ଟ ଜେମେକିକ୍ସ ଏବଂ ଏରିକ୍ ରୌଥଙ୍କ କାହାଣୀ ଦୁନିଆ ବଦଳାଇଦେଇଥିଲା । ଏହାକୁ ପୁଣିଥରେ ଅଦ୍ୱେତ ଚନ୍ଦନ ଏବଂ ଅତୁଲ କୁଲକର୍ଣ୍ଣୀ ଆପଣାଇଛନ୍ତି ଏବଂ ‘ଲାଲ ସିଂହ ଚଡ୍ଢା’ ରୂପରେ ପୁଣି ପରଦାକୁ ଆଣିଛନ୍ତି । ଟମ୍ ହଙ୍କ୍୍ସଙ୍କ ଭୂମିକାରୋ ଆମୀର ଖାନ୍ ନିଭାଇଛନ୍ତି । ସେ ଏହି ଟାଇଟଲରେ ଲୋକପ୍ରିୟ ମଧ୍ୟ ହୋଇସାରିଛନ୍ତି ।’ ସୂଚନାଯୋଗ୍ୟ, ଫରେଷ୍ଟ ଗମ୍ପ ୧୩ ରୁ ୬ ଓସ୍କର ଆୱାର୍ଡ ମିଳିଥିଲା ।

 

View this post on Instagram

 

A post shared by The Academy (@theacademy)

sp;

Get real time updates directly on you device, subscribe now.