fbpx

ସାଦା ପାଣି ଓ ସମୁଦ୍ର ପାଣିରେ ଜଳିବ LED ବଲବ, ଭାରତୀୟ ବୈଜ୍ଞାନିକଙ୍କ କମାଲ୍

ନୂଆଦିଲ୍ଲୀ: ଅନେକ ସମୟରେ ବୈଜ୍ଞାନିକମାନେ କିଛି କମାଲ କରି ସାରା ଦୁନିଆକୁ ଦେଖାଇଥାନ୍ତି । ତେବେ ନିକଟରେ ଏପରି କିଛି କରି ଦେଖାଇଛନ୍ତି ଭାରତୀୟ ବୈଜ୍ଞାନିକମାନେ । ବୈଜ୍ଞାନିକମାନେ ସମୁଦ୍ର ପାଣିରେ ଜଳି ପାରୁଥିବା ଏକ ଲ୍ୟାମ୍ପ ତିଆରି କରିଛନ୍ତି । ତେବେ ସମୁଦ୍ର ପାଣି ନଥିଲେ ସାଦା ପାଣିରେ ଲୁଣ ମିଶାଇ ଏଲଇଡି ବଲବ ଜଳାଇବା ହେବ । ଏପରି ଖାସ୍ ଟେକନିକ ପାଇଁ ଏବେ ଅନେକ ଶକ୍ତି ସଞ୍ଚିତ ହେବ ବୋଲି କୁହାଯାଇଛି ।

ତେବେ ଲୁଣି ପାଣିରେ ଜଳି ପାରୁଥିବା ଏହି ଲାଲଟେନକୁ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଅନାବରଣ କରିଛନ୍ତି । ଏହି ଲାଲଟେନର ନାମ ରେଶନୀ ରଖାଯାଇଛି । ଏହି ଲାଲଟେନରେ ଏଲଇଡି ଲ୍ୟାମ୍ପ ଜଳାଇବା ପାଇଁ ସମୁଦ୍ର ପାଣିର ବ୍ୟବହାର କରାଯାଇ ପାରିବ । ଏହାକୁ ଏକ ଖାସ୍ ପ୍ରଣାଳୀରେ ଡିଜାଇନ କରାଯାଇଥିବା ବେଳେ ଏହା ଇଲେକ୍ଟ୍ରୋଲାଇଟ ପରି କାର୍ଯ୍ୟ କରିବ ।

ଭାରତର ଗଭୀର ମହାସାଗରର ମିଶନର କାର୍ଯ୍ୟ ପ୍ରଣାଳୀ ଦେଖିବା ପାଇଁ ଡା. ସିଂହ କୋଷ୍ଟାଲ ରିସର୍ଚ୍ଚ ବେସଲ ସାଗର ଅନ୍ୱେଷିକା ଗସ୍ତ କରିଥିଲେ । ଏନଆଇଓଟି ଚେନ୍ନାଇ ଏହି ଜାତୀୟ ମହାସାଗରକୁ ସଞ୍ଚାଳିତ କରୁଛି । ଲୁଣି ପାଣିର ଲାଲଟେନ ଗରିବଙ୍କୁ ବହୁତ ସହାୟତା କରିବ । ଏହି ଲାଲଟେନ ଦେଶର ୭୫ ହଜାର କିମି ଦୀର୍ଘ ଉପକୂଳବର୍ତ୍ତୀ ଅଞ୍ଚଳରେ ରହୁଥିବା ମାଛ ଧରାଳିଙ୍କର ବହୁତ କାମରେ ଆସିବ । ଶକ୍ତି ସୁରକ୍ଷା କରିବା ସହ କାର୍ବନ ନିର୍ଗତ ହ୍ରାସ ଉଦ୍ଦେଶ୍ୟରେ ଶକ୍ତି ମନ୍ତ୍ରଣାଳୟ ଦ୍ୱାରା ସୋଲାର ଷ୍ଟଡି ଲ୍ୟାମ୍ପ ଯୋଜନା କରାଯାଇଛି । ‘ରୋଶନୀ ଏଲଇଡି ଲ୍ୟାମ୍ପ’ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଜ୍ଜ୍ୱଳା ଯୋଜନାକୁ ଆଗକୁ ନେବାରେ ସହାୟକ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ ।

Get real time updates directly on you device, subscribe now.