fbpx

୭୦ ବର୍ଷରୁ ପାଣିତଳେ ରହିଥିଲା ଗାଁ, ଏବେ ଆସିଲା ନଜରକୁ…

କୁହାଯାଏ ଅନେକ ପୂରାତନ ସଭ୍ୟତା ମାଟିରେ ମିଶିଯାଇଛି କିମ୍ବା ସମୁଦ୍ର ଗର୍ଭରେ ଲୀନ ହୋଇଯାଇଛି । କିନ୍ତୁ ଏବେ ଏହିଭଳି ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଠାରେ ଏକ ହ୍ରଦ ତଳେ ବୁଡ଼ି ରହିଥିବା ଏକ ଗାଁର ଉପରକୁ ଆସିଛି ।

ପକୃତରେ ପ୍ରବଳ ଗରମ ଯୋଗୁଁ ବ୍ରିଟେନରେ ନଦୀ ପୋଖରୀ ଶୁଖିବାରେ ଲାଗିଛି । ଫଳରେ ୭୦ ବର୍ଷରୁ ପାଣି ତଳେ ରହିଥିବା ଏକ ଗାଁର ଅବଶେଷ ଦେଖାଯାଇଛି । ସେଠାରେ ଥିବା ଏକ ପୁରୁଣା ବ୍ରିଜ୍ ମଧ୍ୟ ଦେଖାଯାଇଛି ।

୧୯୫୦ ଦଶକରେ ବେଟିଙ୍ଗ୍ସ ନାମକ ଏକ ଛୋଟ ଗାଁକୁ ବେଟିଙ୍ଗ୍ସ ପୋଖରୀ ମଧ୍ୟରେ ପୋତିଦିଆଯାଇଥିଲା । ଏହି ଗାଁ ପଶ୍ଚିମ ୟାର୍କଶାୟର ପେନିନ ହିଲ୍ସରେ ଥିଲା । ଏହି ଗାଁରେ ଏକ ପୁରଣା ପ୍ୟାକହର୍ସ ବ୍ରିଜ୍ ଥିଲା । କୁହାଯାଏ ଯେ ଏହାକୁ ମଧ୍ୟଯୁଗରେ ତିଆରି କରାଯାଇଥିଲା, ଯେତେବେଳେ ବ୍ରିଟେନ ଉପରେ ବିକିଂଙ୍ଗର କବ୍ଚା ଥିଲା । ଏହି ବ୍ରିଜ୍ ୟାର୍କଶାୟରକୁ ଲଙ୍କାଶାୟର ସହ ଯୋଡ଼ୁଥିଲା ।

୧୯୫୬ ରେ ଏହି ହ୍ରଦକୁ ୱେକଫିଲ୍ଡ ନାମକ ଏକ ସହର ପର୍ଯ୍ୟନ୍ତ ପାଣି ପହଞ୍ଚାଇବା ପାଇଁ ତିଆରି କରାଯାଇଥିଲା । ଏବେ ସେହି ହ୍ରଦ ଶୁଖିବା ପରେ ୟାର୍କଶାୟର ଜଳବିଭାଗ ଗଛରେ ପାଣି ଦେବା ପାଇଁ ଭଳି କାମ ପାଇଁ ମଧ୍ୟ ବ୍ୟାନ୍ କରିଦେଇଛି । କୁହାଯାଇଛି ଯେ ପ୍ରାୟ ହ୍ରଦର ୫୦ ପ୍ରତିଶତ ପାଣି ଶୁଖିସାରିଲାଣି । ତେବେ ବର୍ତ୍ତମାନ ଏହି ଗାଁର ଭଗ୍ନାବଶେଷକୁ ଦେଖି ଲୋକେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି ।

Get real time updates directly on you device, subscribe now.