ଭୁବନେଶ୍ୱର– ଏମିତି କଣ ହେଲା କି ବାହାଘରର ଦୁଇଟା ବର୍ଷରେ ସ୍ୱାମୀ ସାଜିଲା ସ୍ତ୍ରୀ ଜୀବନ ପାଇଁ କାଳ । ସ୍ତ୍ରୀକୁ ବାଟରୁ ହଟାଇବାକୁ କରିଥିଲା ସବୁ ଚେଷ୍ଟା । ହେଲେ ସ୍ତ୍ରୀର ଭାଗ୍ୟ ଜୋର, ବଞ୍ଚିଯାଇଛି । ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ବେଳେ ବାରମ୍ବାର ପୋଲିସକୁ ଗୁହାରୀ କରୁଛି, ମୋ ସ୍ୱାମୀକୁ ବାନ୍ଧ, ନହେଲେ ସେ ମୋତେ ଆସି ମାରିଦେବ ।
ସ୍ୱାମୀ ଜ୍ୟୋତି ପ୍ରଧାନ ଓ ସ୍ତ୍ରୀ ନୁପୁର ଦୁହେଁ ପୋଲିସ କନେଷ୍ଟବଳ ଭାବେ ଚାକରୀ କରୁଥିଲେ । ୨୦୨୨ ମସିହାରେ ଉଭୟ ବାହା ହୋଇଥିଲେ । ସେମାନଙ୍କର ବର୍ଷକର ପୁଅଟିଏ ମଧ୍ୟ ଅଛି । ସବୁକିଛି ଠିକ୍ ଚାଲିଥିଲା । ହେଲେ ସ୍ତ୍ରୀକୁ ହତ୍ୟା କରିବାକୁ ପ୍ଲାନ ବନାଇଲା ଜ୍ୟୋତି । ସ୍ତ୍ରୀକୁ ବୁଲେଇ ନେବାକୁ କହି ଅଧାର ରାସ୍ତାରେ ୁ ଓହ୍ଲାଇ ତା ମୁଣ୍ଡକୁ ପଥରରେ ଛେଚି ଛେଚି ମାରିଦେବାକୁ ଚେଷ୍ଟା କରିଥିଲା । ପଥରରେ ଛେଚିବା ପରେ ପୁଣି ନାକ ପାଖରେ ହାତ ଦେଇ ଦେଖୁଥିଲା ସ୍ତ୍ରୀ ମରିଗଲା ନା ବଞ୍ଚିଛି । ଆଉ ଶ୍ୱାସକ୍ରିୟା ଚାଲୁଥିବା ଦେଖି ପୁଣି ମୁ୍ଣ୍ଡକୁ ପଥରେ ଛେଚୁଥିଲା ।
ସ୍ତ୍ରୀ ପ୍ରାଣ ବିକଳରେ କାକୁତି ମିନତି ହେଉଥିଲା । ତାକୁ ଜୀବନ ଭିକ୍ଷା କରୁଥିଲା ହେଲେ ସ୍ତ୍ରୀ ରକ୍ତରେ ହୋଲି ଖେଳିବାକୁ ମନସ୍ତ କରିଥିବା ଜ୍ୟୋତି ନୁପୁର କଥାକୁ ନିଘା ଦେଉନଥିଲା । ହେଲେ ନୁପୁରଙ୍କ ଭାଗ୍ୟ ଜୋର ଥିଲା । ତାଙ୍କ ଚିକ୍ରାର ଶୁଣି ସେଠାକୁ ଆଖପାଖରୁ ଲୋକ ଧାଇଁ ଆସିଥିଲେ । ଲୋକଙ୍କୁ ଦେଖି ଜ୍ୟୋତି ଦରମରା ଅବସ୍ଥାରେ ସ୍ତ୍ରୀକୁ ଛାଡି ସେଠାରୁ ଫେରା ମାରିଥିଲା । ଲୋକେ ନୁପୁରଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ନେଇଯାଇଥିଲେ । ଚିକିତ୍ସା ପରେ ନୁପୁରଙ୍କ ଅବସ୍ଥାରେ ସୁଧାର ଆସୁଛି । ଏବେ ସେ ନିଜ ସ୍ୱାମୀଙ୍କୁ ଗିରଫ କରିବାକୁ ନିଜ ଡିପାର୍ଟମେଣ୍ଟ ପାଖରେ ଅନୁରୋଧ କରୁଛନ୍ତି ।