ତରବର ହୋଇ ଟ୍ରେନରେ ଚଢିବା ବେଳେ ଖସିଗଲା ଗୋଡ, ତଳେ ପଡିଲେ ମହିଳା ଓ ଶିଶୁ

ରାୟଗଡା: ଟ୍ରେନରେ ତରବର ହୋଇ ଚଢିବା ବେଳେ ତଳକୁ ଖସି ମହିଳାଙ୍କ ଦୁଇ ହାତ କଟି ଯାଇଥିବା ବେଳେ କୋଳରେ ଥିବା କୁନି ଝିଅର ଗୋଟିଏ ହାତ ଓ ଗୋଡ କଟିଛି । ଗୁରୁତର ଅବସ୍ଥାରେ ଉଭୟଙ୍କୁ ପ୍ରଥମେ ରାୟଗଡା ଡାକ୍ତରଖାନା ଓ ପରେ ଏମକେସିଜି ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି ।

ସୂଚନା ମୁତାବକ, ଏକ ଦମ୍ପତି କଳାହାଣ୍ଡିର ଜୁନାଗଡ ଯିବାକୁ ସିଙ୍ଗାପୁର ରୋଡ ଷ୍ଟେସନରେ କରବା ଏକ୍ସପ୍ରେସରେ ଚଢିଥିଲେ । କିନ୍ତୁ ଏହିଷ୍ଟେସନରେ ଟ୍ରେନ ମାତ୍ର ଏକ ମିନିଟ ପାଇଁ ରହୁଥିବାରୁ ଟ୍ରେନରେ ତରବର ହୋଇ ମାଆଟି ତାର ୪ ବର୍ଷର ଝିଅକୁ କୋଳରେ ଧରି ଚଢିବା ବେଳେ ଗୋଡ ଖସି ତଳେ ପଡିଯାଇଥିଲେ । ଏଥିରେ ମହିଳାଙ୍କ ଦୁଇ ହାତ କଟିଯାଇଥିବା ବେଳେ ଛୋଟ ଝିଅଟିର ଗୋଟିଏ ଗୋଡ, ହାତ କଟିଯାଇଛି ।
ଖବର ପାଇ ଜିଆରପି ସେଠାରୁ ଉଭୟଙ୍କୁ ଉଦ୍ଧାର କରି ପ୍ରଥମେ ରାୟଗଡା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରିଥିଲା । କିନ୍ତୁ ଉଭୟଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ସେମାନଙ୍କ ପ୍ରାଥମିକ ଚିକିତ୍ସା ପରେ ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି । ସେଠାରେ ସେମାନଙ୍କ ଚିକିତ୍ସା ଜାରି ରହିଛି ।

ତେବେ ବାରମ୍ବାର ଏଭଳି ଘଟଣା ଘଟୁଇଥିବା ବେଳେ ଲୋକଙ୍କ ଅଣଦେଖା ପଣ ଯେ କି ଭୟଙ୍କର ହେଉଛି, ତାହାକୁ ଆମେ ଭୁଲି ଯାଉଛୁ ।

Get real time updates directly on you device, subscribe now.