fbpx

ଅମ୍ରିତପାଲଙ୍କ ‘ଲେଡି ନେଟୱାର୍କ’ …! ଯାହାଙ୍କ ପାଇଁ ପୋଲିସକୁ ଚକମା ଦେବାରେ ସଫଳ ହୋଇଥିଲା, ପଞ୍ଜାବରୁ ଦିଲ୍ଲୀ ଯାଏଁ ରହିଛନ୍ତି ଅନେକ ମହିଳା ରାଡାର

ନୂଆଦିଲ୍ଲୀ : ପଞ୍ଜାବ ପୋଲିସ ଖାଲିସ୍ତାନୀ ସମର୍ଥକ ପଳାତକ ଅମ୍ରିତପାଲ ସିଂଙ୍କୁ ଗିରଫ କରିଛି। ପୋଲିସ ଅମ୍ରିତପାଲଙ୍କୁ ୩୬ ଦିନରୁ ଖୋଜୁଥିଲା। ତେବେ ଅମ୍ରିତପାଲ ସିଂଙ୍କୁ ଲେଡି ନେଟୱୋର୍କ ସାହାଯ୍ୟ କରୁଥିଲେ ବୋଲି ସାମ୍ନାକୁ ଆସିଛି । ପଞ୍ଜାବରୁ ଦିଲ୍ଲୀ ପ୍ରତିଥର ଫେରାର ହେବା ପଛରେ ତାଙ୍କୁ ଲେଡିି ନେଟୱାର୍କ ସାହାଯ୍ୟ କରିଥିଲା ।

କୁହାଯାଉଛି ଯେ ଅମୃତପାଲ ପଞ୍ଜାବରୁ ପଳାଇବା ପରେ ‘ଲେଡି ନେଟୱାର୍କ’ ଅଧିକ ବ୍ୟବହାର କରିଥିଲେ। ସୂଚନାନୁସାରେ ଅମ୍ରିତପାଲଙ୍କ ବାନ୍ଧବୀ ପାପାଲପ୍ରୀତଙ୍କର ‘ଲେଡି ନେଟୱାର୍କ’ ଷ୍ଟ୍ରଙ୍ଗ ଥଲା । ତାଙ୍କ ଟିମ୍ ରେ ଅନେକ ମହିଳା ଥିଲେ । ପଞ୍ଜାବରୁ ପଳାଇବା ପରେ ଅମ୍ରିତପାଲ ଏବଂ ପପାଲପ୍ରୀତ କେବଳ ‘ଲେଡି ନେଟୱାର୍କ’ ବ୍ୟବହାର କରିଥିଲେ।

କୁହାଯାଉଛି ଯେ ଅମୃତପାଲ ସିଂ ଏବଂ ପପାଲପ୍ରୀତ ପ୍ରଥମେ ‘ଲେଡି ନେଟୱାର୍କ’ ବ୍ୟବହାର କରି ପଟିଆଲାରେ ରହିଥିଲେ। ପପଲପ୍ରୀତ ହରିୟାଣାର ନିକଟତମ ବାନ୍ଧବୀ ବାଲଜିତଙ୍କ ଘରେ ଆଶ୍ରୟ ନେଇଥିଲେ। ଏଠାରେ ବାଲଜିତ ଏବଂ ତାଙ୍କ ଭାଇଙ୍କ ଫୋନ ବ୍ୟବହାର କରାଯାଇଥିଲା । ଅମ୍ରିତପାଲ ଓ ପପଲପ୍ରୀତ ଦିଲ୍ଲୀର ଜଣେ ମହିଳା ବାନ୍ଧବୀ ଘରେ ମଧ୍ୟ ପହଞ୍ଚିଥିଲେ । ପପାଲପ୍ରୀତର ୧୦ ରୁ ଅଧିକ ମହିଳା ବନ୍ଧୁ ଏଜେନ୍ସିର ରାଡାରରେ ଥିଲା । ଦିଲ୍ଲୀର ୩ ଜଣ ନାବାଳିକା ରାଡାରରେ ଥିଲେ । ସେମାନଙ୍କ ଫୋନ ଏବଂ ସୋସିଆଲ ମିଡିଆ ଆକାଉଣ୍ଟ ପୋଲିସ ନଜର ରଖିଛି । ଗତ ଗୁରୁବାର ଅମ୍ରିତ ପାଲର ପତ୍ନୀକୁ ବିମାନବନ୍ଦରରୁ ଅଟକ ରଖି ପଚରାଉଚରା କରୁଥିଲା ।

Get real time updates directly on you device, subscribe now.