fbpx

ଯୌବନର ଜାଲରେ ସୁନ୍ଦରୀଙ୍କ ଠକେଇ! ଡାକ୍ତରଙ୍କ ସମେତ ଅନେକଙ୍କ ଲୋକଙ୍କଠୁ ଲକ୍ଷାଧିକ ଟଙ୍କା ଲୁଟ

ଯୌବନର ଜାଲରେ ଲୋକଙ୍କଠାରୁ ସୁନ୍ଦରୀ ଯୁବତୀର ଲୁଟ୍ । ଏପରି ଘଟଣା ବାହାରେ କେଉଁଠି ନୁହେଁ, ବରଂ ଓଡିଶାରେ ଦେଖିବାକୁ ମିଳିଛି । ରାଜ୍ୟର ଅନୁଗୁଳ ଓ ତାଳଚେର ପୋଲିସ ହାତରେ ଧରାପଡିଛନ୍ତି ଏହି ସୁନ୍ଦରୀ । ଜଣେ ଡାକ୍ତରଙ୍କ ସମେତ ଅନେକ ଲୋକଙ୍କୁ ନିଜର ସୁନ୍ଦରତା ଜାଲରେ ଫସାଇ ସୋମନଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ଚାଲିଥିଲେ । କିନ୍ତୁ କୁହାଯାଏ ନା, ସତ କେବେ ଲୁଚି ରହେନା । ଶେଷରେ ସୁନ୍ଦରୀ ଯୁବତୀଙ୍କ ରାଜ୍ ଖୋଲିଦେଲା ପୋଲିସ ।

ନିକଟରେ ତାଳଚେର ବାଘୁଆବୋଲ ଅଞ୍ଚଳରେ ଜଣେ ଅବସରପ୍ରାପ୍ତ ଡାକ୍ତରଙ୍କୁ ନିଜର ସୁନ୍ଦରତା ଜାଲରେ ଫସାଇଥିଲେ ଏହି ସୁନ୍ଦରୀ । ଏହି ସୁନ୍ଦରୀ ଜଣକ କୋଲିୟରି ଥାନା ଅନ୍ତର୍ଗତ ମଝିକା ଗାଁର ଦୀପା ଓରଫ୍ ସୁପ୍ରିୟା ସ୍ୱାଇଁ ନିଜକୁ ଫାଇନାନ୍ସ କମ୍ପାନୀର ଏଜେଣ୍ଟ କହି ପରିଚୟ ବଢାଇଥିଲେ । ସେମାନଙ୍କ କଥାବାର୍ତ୍ତା ବଢିବାରୁ ଦୀପା ଡାକ୍ତରଙ୍କ ବିଶ୍ୱାସ ଜିତି ଚତୁରତା ସହ ତାଙ୍କ ଏଟିଏମ କାର୍ଡ ଓ ପିନ ନମ୍ବର ଆଣିଥିଲେ । ଏହା ପରେ ଡାକ୍ତର ବିଜୟ ପ୍ରଧାନଙ୍କ ଆକାଉଣ୍ଟରୁ ବିଭିନ୍ନ କିସ୍ତିରେ ୪ ଲକ୍ଷ ୫୭ ହଜାର ୩୮୫ ଟଙ୍କା ଉଠାଇ ନେଇଥିଲେ ଦୀପା । ସମସ୍ତ କଥା ଜାଣିବା ପରେ ଡାକ୍ତର ବିଜୟ ଥାନାରେ ଏତଲା ଦେଇଥିଲେ । ଡାକ୍ତରଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଦୀପାକୁ ଗିରଫ କରିଥିଲା ଓ ପରେ ସମସ୍ତ କଥା ସାମ୍ନାକୁ ଆସିଥିଲା ।

କେବଳ ଡାକ୍ତର ନୁହନ୍ତି, ଅନେକ ଲୋକଙ୍କୁ ଦୀପା ନିଜର ସୁନ୍ଦରତା ଓ ଯୌବନ ଜାଲରେ ଫସାଇ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଏହି କଥା ପ୍ରମାଣିତ ହେବା ପରେ ପୋଲିସ ଦୀପାଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି । ସୁନ୍ଦରୀ ଜଣକ DIPS ଶିକ୍ଷାନୁଷ୍ଠାନର କର୍ମଚାରୀ ହୋଇଥିଲେ ବି‌ ଲୋକଙ୍କୁ ଠକିବା ତାଙ୍କର ବଡ ପେସା ଥିଲା ।

Get real time updates directly on you device, subscribe now.