୧୦ ଲକ୍ଷ ମହିଳାଙ୍କୁ ମିଳିଲା ୧ ଲକ୍ଷ ଟଙ୍କା, ରାଜ୍ୟରେ ସଫଳ ହୋଇଛି ‘ଲକ୍ଷପତି ଦିଦି’ ଯୋଜନା

ଭୁବନେଶ୍ୱର: ଲକ୍ଷପତି ଦିଦି ଯୋଜନାର ସଫଳତା ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସୂଚନା । ୧୦ ଲକ୍ଷରୁ ଅଧିକ ମହିଳା ଉଦ୍ୟୋଗୀ, ଲକ୍ଷପତି ଭାବେ ସ୍ଥାନ ସୁନିଶ୍ଚିତ କରିଛନ୍ତି ।

ଓଡିଶାରେ ମହିଳା ସଶକ୍ତିକରଣ ଦିଗରେ ଏକ ଯୁଗାନ୍ତକାରୀ ସଫଳତା, ୧୦ ଲକ୍ଷ ଲକ୍ଷପତି ଦିଦି ସରକାରଙ୍କ ସଂକଳ୍ପର ପ୍ରମାଣ ବୋଲି କହିଲେ ମୁଖ୍ୟମନ୍ତ୍ରୀ ।

ଆଗାମୀ ଦିନରେ ଏ ଯୋଜନା ଅନ୍ତର୍ଗତ ମହିଳାଙ୍କୁ ସଶକ୍ତ କରାଯିବା ସହ ସରକାରୀ ସୁବିଧା ଯୋଗାଇ ଦିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।