୩ ନୂଆ ମାମଲା ପରେ ଲଲ ହେଲେ କୋର୍ଟଙ୍କ ଦ୍ୱାରସ୍ଥ

ଭୁବନେଶ୍ୱର- ଧର୍ମଶାଳା ବିଧାୟକଙ୍କ ଉପରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସମର୍ଥକ ଆକ୍ରମଣ କରିବା ଘଟଣାରେ ଫସିଛନ୍ତି ପ୍ରଣବଙ୍କ ପରିବାର । ମାମଲାରେ ଭବ ପ୍ରକାଶଙ୍କୁ ପୋଲିସ ଗିରଫ କରିଥିବା ବେଳେ ଲଲଙ୍କ ନାଁରେ ଆହୁରି ୩ଟି ମାମଲା ହୋଇଛି । ଟାଉନ ଥାନା ଘେରାଉ, ହାଟ ନିକଟରେ ରାସ୍ତା ରୋକକୁ ନେଇ ଟାଉନ ଥାନାରେ ମାମଲା ହୋଇଥିବା ସହ ଜଣେ ହାଟ ବ୍ୟବସାୟୀଙ୍କ ଆକ୍ରମଣ ଘଟଣାରେ ଏକ ମାମଲା ରୁଜୁ ହୋଇଛି । ଯାହା ଲଲଙ୍କ ପାଇଁ ବଡ ବିପଦ ହୋଇଛି ।

ତେବେ ଲଲ ନିଜ ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ଏସଡିଜେଏମଙ୍କ ଦ୍ୱାରସ୍ଥ ହୋଇଛନ୍ତି । ତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ତାଙ୍କୁ ଏକ ଭଲ ହସ୍ପିଟାଲ ପଠାଇବାକୁ ସେ କୋର୍ଟଙ୍କ ନିକଟରେ ଆବେଦନ କରିଛନ୍ତି । ଲଲଙ୍କ ଏହି ଆବଦନ ଉପରେ ଏସଡିଜେଏମ ଜେଲ କର୍ତ୍ତୃପକ୍ଷଙ୍କୁ ତାଙ୍କ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ପୋଲିସ ଭବଙ୍କୁ ମଧ୍ୟ ଗିରଫ କରି ଜେଲ ପଠାଇ ଦେଇଛି । ଭବ ମଧ୍ୟ ଜେଲରେ ଅଛନ୍ତି ।

ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିଛି । ଆଜି ଯାଜପୁର ଟାଉନ ଥାନା ଓ ସଦର ଥାନାରେ ପହଞ୍ଚି ଟିମ ପଚରା ଉପଚରା କରୁଛି । ମୁଖ୍ୟତଃ ତିନୋଟି ବିଷୟକୁ ନେଇ ଏହି ତଦନ୍ତ ହେଉଛି । ତଦନ୍ତକାରୀ ଦଳରେ ୨ ଜିଏସପି, ଜଣେ ଇନସ୍ପେକ୍ଟର ରହିଛନ୍ତି । ଟିମ ମୁଖତଃ ବିଧାୟକଙ୍କୁ ଆକ୍ରମଣ, ରାସ୍ତାରୋକ ଓ ଟାଉନ ଥାନା ଘେରାଉକୁ ନେଇ ତଦନ୍ତ କରୁଛି ।

ଏଠାରେ କହିରଖୁଛୁ କି, ଗତ ୨୦ ତାରିଖରେ ବିଧାୟକ ହିମାଂଶୁ ସାହୁଙ୍କୁ ସଦର ଥାନା ବୁଢାପୋଲ ନିକଟରେ ଆକ୍ରମଣ କରାଯାଇଥିବା ଅବିଯୋଗ ହୋଇଥିଲା । ଯାହାକୁ ନେଇ ବିଜେପି ଓ ବିଜେଡି ମୁହାଁମୁହିଁ ହୋଇଛନ୍ତି । ଘଟଣାକୁ ନେଇ ସ୍ଥାନୀୟ ଲୋକେ ମଧ୍ୟ ଭୟଭୀତ ଅଛନ୍ତି ।