fbpx

ଲାଲୁ ପ୍ରସାଦ ଯାଦବଙ୍କ ବଢିଲା ବିପଦ, ଚାକିରି ବଦଳରେ ଜମି ନେବା ଦୁର୍ନୀତିର ହେବ ସିବିଆଇ ତଦନ୍ତ

ନୂଆଦିଲ୍ଲୀ: ଆରଜେଡ଼ିର ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବ ବର୍ତ୍ତମାନ ଚାକିରି ପାଇଁ ଜମି ଦେବା ଦୁର୍ନୀତିରେ ଫସିଯାଇଛନ୍ତି । ଏହି ଘଟଣାରେ ସିବିଆଇ ଜାଞ୍ଚ କରିବା ପାଇଁ ଅନୁମତି ମିଳିସାରିଛି । ଏହି ମାମଲା ୧୫ବର୍ଷ ତଳର ଅଟେ ଯେତେବେଳେ ଲାଲୁପ୍ରସାଦ ରେଳ ମନ୍ତ୍ରୀ ଥିଲେ । ତାଙ୍କ ଉପରେ ଜମି ବଦଳରେ ଚାକିରି ଦେବା ଆରୋପ ଲଗାଯାଇଥିଲା । ଏହି ମାମଲାରେ ବହୁଥର ଚଢାଉ କରାଯାଇଥିଲା ।

ସୂଚନା ଅନୁଯାୟୀ, ଲାଲୁପ୍ରସାଦ ଯାଦବ ପାଟଣାର ୧୨ଲୋକଙ୍କୁ ଲୁଚିଛପି ଚାକିରି ଦେଇଛନ୍ତି ଏବଂ ବଦଳରେ ସେମାନଙ୍କ ଠାରୁ ଜମି ଆଣି ନିଜ ନାମରେ କରିଦେଇଛନ୍ତି । ସିବିଆଇର ଦାବି ଅନୁସାରେ, ଲାଲୁ ପ୍ରସାଦ ଯାଦବ ଏହି ଜମିଗୁଡ଼ିକର ମାଲିକାନା ନିଜ ସ୍ତ୍ରୀ ଏବଂ ଝିଅ ନାମରେ କରିଦେଇଛନ୍ତି । ସେ ଯେଉଁ ପଦବୀ ଗୁଡ଼ିକରେ ତାଙ୍କୁ ଭର୍ତ୍ତି କରାଇଥିଲେ ନା ସେ ଚାକିରିର କୌଣସି ବିଜ୍ଞପ୍ତି ବାହାରିଥିଲା ନା ଏହା କୌଣସି ସେଣ୍ଟ୍ରାଲ ରେଲୱେକୁ ସୂଚନା ଦିଆଯାଇଥିଲା । ଆବେଦନ କରିବାର ୩ଦିନ ପରେ ସେମାନଙ୍କ ଚାକିରି ଦିଆଯାଇଛି ବୋଲି ସିବିଆଇ ଦାବି କରିଛି ।

ବର୍ତ୍ତମାନ ପର୍ଯ୍ୟନ୍ତ ଏହି ମାମଲାରେ ଆରଜେଡ଼ି ତରଫରୁ କିଛି ପ୍ରତିକ୍ରିୟା ଦିଆଯାଇ ନାହିଁ । ହେଲେ ପାର୍ଟୀ ଜୋର ଦେଇ କହିଥିଲା ଯେ, ଜାଞ୍ଚ ଏଜେନ୍ସି ବଦଳି ହୋଇଥିବା ଯୋଗୁଁ ଏପରି ଆକ୍ସନ ନିଆଯାଉଛି । ଏହି ବୟାନକୁ ନେଇ ସିବିଆଇ ୨୩ ସେପ୍ଟେମ୍ବର ୨୦୨୧ରେ ଏହି ମାମଲାର ତଦନ୍ତ ଆରମ୍ଭ କରିଥିଲେ । ପ୍ରାଥମିକ ତଦନ୍ତରେ ଜଣାପଡ଼ିଥିଲା ଯେ, ଲାଲୁ ପ୍ରସାଦ ଯାଦବ ରେଳମନ୍ତ୍ରୀ ଥିବା ସମୟରେ ଲୋକ ମାନଙ୍କୁ ଚାକିରି ଦେଇ, ତା ବଦଳରେ ଜମି ନେଇଛନ୍ତି ।

ଏହି ମାମଲା ସିବିଆଇ ୨୦୨୨ ମାର୍ଚ୍ଚ ୧୮ତାରିଖରେ ଭ୍ରଷ୍ଠାଚାର ନୋରୋଧକ ଆଇନ ଏବଂ ଅଇପିସିର ଧାର ୧୨୦ ବି ଅନୁସାରେ, ଏଫଆଇଆର ଦାଖଲ କରିଥିଲେ । ଯେଉଁଥିରେ ଲାଲୁ ପ୍ରସାଦ ତାଙ୍କ ପତ୍ନୀ ଏବଂ ଝିଅଙ୍କ ସହ ୧୨ଜଣଙ୍କୁ ଆରୋପ ଲାଗାଇଥିଲେ । ଯେଉଁଥିରେ ଲାଲୁ ଏହି ଜମି ନେଇ ଚାକିରି ଦେଇଥିଲେ ।

Get real time updates directly on you device, subscribe now.