fbpx

ସାମୁଦ୍ରିକ ଝଡ଼ ‘ରେମାଲ’ ପରେ ମିଜୋରାମରେ ଭୂସ୍ଖଳନ; ଚାଲିଗଲା ୨୭ଜଣଙ୍କ ଜୀବନ

ଆଇଜୋଲ: ମିଜୋରାମର ରାଜଧାନୀ ଆଇଜୋଲରେ ବାତ୍ୟା ‘ରେମାଲ’ ଯୋଗୁଁ ହୋଇଥିବା ଭୂସ୍ଖଳନରେ ୨୭ ଜଣଙ୍କ ମୃତ୍ୟୁ ଘଟିଛି । ମିଜୋରାମ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ମିଜୋରାମ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରିଛି, ବାତ୍ୟା ରେମାଲ ଯୋଗୁଁ ଆଇଜୋଲରେ ଭୂସ୍ଖଳନ ଯୋଗୁଁ ୨୭ ଜଣଙ୍କ ମୃତ୍ୟୁ ଘଟିଛି ।

ମାଟି ଦବିଯାଇଥିବାରୁ ଜଳ ଓ ବିଜୁଳି ଯୋଗାଣ ମଧ୍ୟ ପ୍ରଭାବିତ ହେବ । ମିଜୋରାମ ମୁଖ୍ୟମନ୍ତ୍ରୀ ରାଜ୍ୟ ବିପର୍ଯ୍ୟୟ ପାଣ୍ଠିକୁ ୧୫ କୋଟି ଟଙ୍କା ଦେଇଛନ୍ତି । ଭୂସ୍ଖଳନରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବ ।

ସାମୁଦ୍ରିକ ଝଡ଼ ‘ରେମାଲ’ କାରଣରୁ ମିଜୋରାମରେ ପ୍ରବଳ ବର୍ଷା ହେଉଛି । ସେପଟେ ଏନେଇ ମିଜୋରାମର ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଅନୀଲ ଶୁକ୍ଳା କହିଛନ୍ତି ଯେ ଅନେକ ସ୍ଥାନରେ ବିଦ୍ୟୁତ ଖୁଣ୍ଟ ଏବଂ ଗଛ ମଧ୍ୟ ଉପୁଡ଼ି ପଡିଛି ।

Get real time updates directly on you device, subscribe now.