fbpx

ଅକ୍ଟୋବର ୨୫ରେ ବର୍ଷର ଶେଷ ସୂର୍ଯ୍ୟପରାଗ: ଜାଣନ୍ତୁ ଭାରତରେ କିପରି ରହିବ ପ୍ରଭାବ ?

ବର୍ଷର ଶେଷ ସୂର୍ଯ୍ୟ ପରାଗ ଅକ୍ଟୋବର ୨୫ ତାରିଖରେ ଲାଗିବାକୁ ଯାଉଛି । ଏହା ଦୀପାବଳିର ଦିନକ ପରେ ଲାଗିବାକୁ ଯାଉଛି । ଏହି ଦିନ ଗୋବର୍ଦ୍ଧନ ପୂଜା ମଧ୍ୟ ଅନୁଷ୍ଠିତ ହେବ । ସୂର୍ଯ୍ୟ ପରାଗ ଭାରତୀୟ ସମୟ ଅନୁସାରେ ଅକ୍ଟୋବର ୨୫ ତାରିଖ ଅପରାହ୍ନ ୪ଟା ୨୯ରୁ ଆରମ୍ଭ ହୋଇ ଅପରାହ୍ନ ୫ଟା ୨୪ ପର୍ଯ୍ୟନ୍ତ ରହିବ । ପାଞ୍ଜି ଅନୁସାରେ, କାର୍ତ୍ତିକ ଅମାବାସ୍ୟା ତିଥି ୨୦୨୨ ମସିହା ଅକ୍ଟୋବର ୨୪ ତାରିଖ ଅପରାହ୍ନ ୫ଟା ୨୯ରୁ ଆରମ୍ଭ ହୋଇ ପରଦିନ ଅର୍ଥାତ ଅକ୍ଟୋବର ୨୫ ତାରିଖ ଅପରାହ୍ନ ୪ଟା ୨୦ ପର୍ଯ୍ୟନ୍ତ ରହିବ ।

ଏଭଳି ସ୍ଥିତିରେ ଚଳିତ ବର୍ଷ ଦୀପାବଳି ଅକ୍ଟୋବର ୨୪ ତାରିଖରେ ପାଳନ କରାଯିବ । ସେହିଭଳି ଦୀପାବଳି ପରଦିନ କାର୍ତ୍ତିକ ଶୁକ୍ଳ ପ୍ରତିପଦା ଦିନ ଗୋବର୍ଦ୍ଧନ ପୂଜା ଏବଂ ଅନ୍ନକୁଟ ପର୍ବ ପାଳନ କରାଯିବ । ଏହି ଦିନ ପ୍ରଦୋଷ ବ୍ରତ ମଧ୍ୟ ପାଳନ କରାଯିବ । ପ୍ରଦୋଷ ବ୍ରତ ପୂଜାର ସମୟ ସନ୍ଧ୍ୟା ୫ଟା୫୦ମିନିଟ୍ ରୁ ରାତି ୮ଟା ୨୨ ମିନିଟ୍ ପର୍ଯ୍ୟନ୍ତ ରହିଛି । ଏହି ସମୟରେ ଲୋକମାନେ ପ୍ରଦୋଷ ବ୍ରତ ପୂଜା ମଧ୍ୟ କରିପାରିବେ । ସେପଟେ ବର୍ଷର ଶେଷ ସୂର୍ଯ୍ୟ ପରାଗ ଅକ୍ଟୋବର ୨୫ରେ ଲାଗିବ । ଏହାର ସୂତକ କାଳ ମାନ୍ୟ ହେବନାହିଁ ।

କାରଣ ଏହି ସୂର୍ଯ୍ୟ ପରାଗ ଭାରତରେ ଦେଖାଯିବ ନାହିଁ । ଦେଖିବାକୁ ଗଲେ ସୂର୍ଯ୍ୟ ପରାଗର ସୂତକ କାଳ ସୂର୍ଯ୍ୟ ପରାଗ ଲାଗିବାର ୧୨ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଯାଇଥାଏ ଏବଂ ସୂର୍ଯ୍ୟ ପରାଗ ଶେଷ ହେବା ସହ ସମାପ୍ତ ହୋଇଥାଏ । ଚଳିତ ବର୍ଷ ଦାପାବଳି ଅକ୍ଟୋବର ୨୪ରେ ପାଳନ କରାଯିବ ଏବଂ ପରଦିନ ଅର୍ଥାତ ଅକ୍ଟୋବର ୨୫ରେ ସୂର୍ଯ୍ୟ ପରାଗ ଲାଗିବ । ଯଦିଓ ସୂର୍ଯ୍ୟ ପରାଗ ଭାରତରେ ଦେଖାଯିବ ନାହିଁ, ତେଣୁ ଦୀପାବଳି ଉପରେ ଏହାର କୌଣସି ପ୍ରଭାବ ପଡିବ ନାହିଁ । ସେହିଭଳି ଗୋବର୍ଦ୍ଧନ ପୂଜା ମଧ୍ୟ ପାଳନ କରାଯାଇପାରିବ ।

Get real time updates directly on you device, subscribe now.