ଭୁବନେଶ୍ୱର: ଡି-ଲିମିଟେସନରେ ନବୀନ ପଟ୍ଟନାୟକ ଯୋଗଦେବା ପ୍ରସଙ୍ଗରେ ବିଜେଡିକୁ ଟାର୍ଗେଟ କରିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି ଯେ, ‘ନିଜ ଛାଇ ଦେଖି ଡରିବା ଆରମ୍ଭ କଲାଣି ବିଜେଡି । ଡିଲିମିଟେସନ କେଉଁ ଦଳର ପୈତୃକ ସମ୍ପତ୍ତି ନୁହେଁ । ଡିଲିମିଟେସନ ପୂର୍ବରୁ ବିରୋଧୀ ଏତେ ଛାନିଆ କାହିଁକି । ଡିଲିମିଟେସନ ନ୍ୟାୟିକ ପରିଧି ଭିତରେ ହେବା କଥା । କୌଣସି ରାଜନୈତିକ ଦଳ ପ୍ରଭାବିତ ହେଲା ଭଳି ଲାଗୁନି ।
ଏହା ସହ ବିଜେଡି ନେତା ରାଜା ଚକ୍ର ଗିରଫ ହେବା ମାମଲାରେ ଆଇନମନ୍ତ୍ରୀ କହିଛନ୍ତି ଯେ, ରାଜାଙ୍କ ଲିଙ୍କ୍ରେ ଅନେକ ବଡ଼ବଡ଼ିଆଙ୍କ ସଂପୃକ୍ତି ରହିଛି । ଆଇନ ଅନୁଯାୟୀ କାହାକୁ ଛଡ଼ାଯିବନି, ସମସ୍ତେ ବନ୍ଧା ହେବେ ।’ ଆମ ସରକାର କାହାକୁ ଛାଡ଼ି ନାହାନ୍ତି କି ଛାଡ଼ିବେ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି ।