fbpx

କାଠଯୋଡି କୂଳରେ ନିର୍ମାଣ ହେବ ‘ଲ ପାର୍କ’

କଟକ ୧୮ ।୪ (ଓଡିଶା ଭାସ୍କର) : ନିର୍ମାଣ ହେବ ‘ଲ ପାର୍କ’ । କଟକ କାଠଯୋଡି କୂଳରେ ନିର୍ମିତ ହେବ ‘ଲ ପାର୍କ’ । ୪୦ ରୁ ୫୦ର ଏକର ଜମିରେ ନିର୍ମିତ ହେବାକୁ ଥିବା ଏହି ପାର୍କରେ ଆଇନ୍ ବିଶାରଦ କରିଥିବା ବିଶିଷ୍ଟ ଆଇନଜୀବୀମାନଙ୍କର ପ୍ରତିମୂର୍ତ୍ତି ରହିବ । ଏନେଇ ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ଶାସନ ସଚିବ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି । ଆଜି କଟକ ଜିଲ୍ଲା ଗସ୍ତରେ ଆସିଥିବା ଅତିରିକ୍ତ ଶାସନ ସଚିବ ଜିଲ୍ଲାପାଳଙ୍କ ସହ ଉକ୍ତ ଅଂଚଳଟିକୁ ପରିଦର୍ଶନ କରିଥିଲେ । ଏହାସହ ‘ଲ ପାର୍କ’ ପାଇଁ ଏହି ଜାଗାଟି ଉପଯୁକ୍ତ ବୋଲି ସେ କହିଥିଲେ । ଏହି ପାର୍କରେ ଆଇନ୍ ପାଠାଗାର ଏବଂ ଆଇନ୍ ମ୍ୟୁଜିୟମ୍ ଆଦି ରହିବ । ଖୁବଶୀଘ୍ର ଏହାର ଡିଟେଲଡ୍ ପ୍ରୋଜେକ୍ଟ ରିପୋର୍ଟ ତିଆରି କରାଯିବ । ଜଳ ସମ୍ପଦ ବିଭାଗ,ପୂର୍ତ୍ତ ବିଭାଗ ଏବଂ ସଂସ୍କୃତି ବିଭାଗର ମିଳିତ ଉଦ୍ୟମରେ ଏହି ପ୍ରକଳ୍ପ ଆରମ୍ଭ ହେବ । ଏଥିପାଇଁ ହାଇକୋର୍ଟର ଅଧିକାରୀଙ୍କ ସହ ଆଲୋଚନା ଶେଷ ହୋଇଥିବା ବେଳେ ଅଧିକାରୀମାନେ ସହମତି  ପ୍ରକାଶ କରିଛନ୍ତି ବୋଲି ରଞ୍ଜନ ଦାସ କହିଛନ୍ତି ।

Get real time updates directly on you device, subscribe now.