fbpx

ଗେହଲଟଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବେନି ପାଇଲଟ କ୍ୟାମ୍ପ, ଜାଣନ୍ତୁ ଏହା ପଛର କାରଣ

Advertisement

ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂହ ସିଦ୍ଧୁଙ୍କ ଇସ୍ତଫା ପରେ ବର୍ତ୍ତମାନ ରାଜସ୍ଥାନକୁ ନେଇ ଝଡ଼ ଉଠିଛି । ରାଜସ୍ଥାନରେ ବର୍ତ୍ତମାନ ସଚିନ ପାଇଲଟ ଓ ଅଶୋକ ଗେହଲଟଙ୍କ ମଧ୍ୟରେ ଶୀତଳଯୁଦ୍ଧ ଜାରି ରହିଛି । ତେବେ ପଞ୍ଜାବ ସଙ୍କଟର ସମାଧାନ ପରେ ଦଳର ହାଇକମାଣ୍ଡ ରାଜସ୍ଥାନ ଉପରେ ଫୋକସ୍ କରିବେ । ପଞ୍ଜାବରେ ସୃଷ୍ଟି ହୋଇଥିବା କନ୍ଦଳ କାରଣରୁ ରାଜସ୍ଥାନର ସ୍ଥିତି ଏକପ୍ରକାର ସ୍ଥାଣୁ ହୋଇ ରହିଛି । ଆସନ୍ତା ୩୦ରେ ରାଜସ୍ଥାନର ଉଦୟପୁର ଜିଲ୍ଲାର ବଲ୍ଲଭନଗର ଓ ପ୍ରତାପଗଡ଼ର ଧରିଆବାଦ ବିଧାନସଭା ଆସନରେ ଉପନିର୍ବାଚନ ହେବାର ଅଛି । ତେଣୁ ଏହି ପରିପ୍ରେକ୍ଷୀରେ ଗେହଲଟ ଏହି ନିର୍ବାଚନ ଉପରେ ନଜର ରଖିଛନ୍ତି ।

ପଞ୍ଜାବ ସଙ୍କଟ ପରେ ପାଇଲଟଙ୍କ ସହ ରାହୁଲଙ୍କ ଦୁଇ ଦୁଇଥର ଆଲୋଚନା ହୋଇ ସାରିଥିଲେ ହେଁ କୌଣସି ପରିବର୍ତ୍ତନ ହୋଇନାହିଁ । ତେଣୁ ଗେହଲଟଙ୍କ ସହମତି ବିନା କୌଣସି ନିଷ୍ପତ୍ତି ନିଆଯିବ ନାହିଁ, ଏଥିରୁ ସ୍ପଷ୍ଟ ଅନୁମାନ କରାଯାଉଛି । ଗେହଲଟଙ୍କ ବିନା ଇସାରାରେ ପାର୍ଟିରେ ପତ୍ର ମଧ୍ୟ ହଲିବ ନାହିଁ ବୋଲି କୁହାଯାଉଛି । ତେବେ ଗାନ୍ଧୀ ଜୟନ୍ତୀ ଅବସରରେ ଗେହଲଟ ଏକ ଆତ୍ମବିଶ୍ୱାସ ଭରା ବାର୍ତ୍ତା ଦେଇଛନ୍ତି । ତାଙ୍କର ସରକାର ପାଞ୍ଚ ବର୍ଷ ପୂର୍ଣ୍ଣ କରିବ ଓ ତା’ ପରେ ପୁଣି ମଧ୍ୟ କ୍ଷମତାକୁ ଫେରିବ ବୋଲି ଗେହଲଟ ବିରୋଧୀଙ୍କୁ ମନ୍ତବ୍ୟ ଦେଇଛନ୍ତି । ତେଣୁ ଏଭଳି ସ୍ଥିତିରେ ଗେହଲଟଙ୍କ ସରକାରରେ ପାଇଲଟଙ୍କ କ୍ୟାମ୍ପର ନେତାମାନେ ସୁଯୋଗ ପାଇବା ସମ୍ଭାବନା କ୍ଷୀଣ ବୋଲି ଅନୁମାନ କରାଯାଉଛି ।

Get real time updates directly on you device, subscribe now.