fbpx

୨ବର୍ଷର ଛୁଆକୁ ଫ୍ଲାଟରେ ଏକୁଟିଆ ଛାଡି, ମାଆ ବାପା ଚାଲିଗଲେ ଛୁଟି ମନାଇବା ପାଇଁ

ନ୍ୟୁୟର୍କ : ଆମେରିକାର ଏକ ଅଜବ କଥା ଘଟିଛି ଯାହାକୁ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ । ଏକ ଦୁଇ ବର୍ଷର ଛୋଟ ଛୁଆକୁ ମାଆ ବାପା ଏକୁଟିଆ ଛାଡି ଛୁଟି ମନାଇବାକୁ ଯାଇଥିଲେ । ବର୍ତ୍ତମାନ ଏହି ଦୁଇ ଜଣଙ୍କୁ ଗିରଫ କରାଯାଇଛି । ୨୪ ବର୍ଷର ଡୋନାଲ୍ଡ ଗେକୋଙ୍ଗେ ଏବଂ ଏଲଡ୍ରିଚ ଆମେରିକାର ଦକ୍ଷିଣ କେରିଲିନାରେ ରହୁଛନ୍ତି । ଆପାର୍ଟମେଣ୍ଟର ମ୍ୟାନେଜର କହିଛନ୍ତି ଯେ, ମାଆ ବାପାଙ୍କୁ ଲଗାତାର ଫୋନ କରାଗଲା ହେଲେ ସେ ଉଠାଇଲେ ନାହିଁ । ଏହାପରେ ପୁଲିସକୁ ସୂଚନା ଦିଆଯିବା ପରେ, ପୁଲିସ ସେହି ପିଲାକୁ ଉଦ୍ଧାର କରିଛନ୍ତି ।

ସୂଚନା ମୁତାବକ, ପୁଲିସ ଯେତେବେଳେ ପିଲା ପାଖକୁ ପହଁଚିଥିଲା ସେତେବେଳେ ପିଲାଟି ଏକ ଅପରିଷ୍କାର ଡାଇପର ପିନ୍ଧିଥିଲା । ଏବଂ ଲିଭିଙ୍ଗ ରୁମରେ ସେ ଏକୁଟିଆ ଶୋଇଥିବାର ଦେଖାଦେଇଥିଲ।। । ପୁଲିସ କହିବା ଅନୁସାରେ ପିଲାଟି ପାଣି ପିଇବା ପାଇଁ ଗଲା ବେଳକୁ ସେହି ବୋତଲଟି ଖାଲି ଥିଲା । ଫ୍ଲାଟର ଜଣେ ଲୋକ ଡବ୍ଲୁସିବିଡି ଟିବି କୁ କହିଥିଲେ, ସେତେବେଳେ ପୁଲିସ ଫ୍ଲାଟର କବାଟ ଖୋଲି ଦେଲାପରେ ,ପିଲାଟି ଉଠିଯାଇ ଖାଲି ବୋତଲ ପୁଲିସ ପାଖକୁ ନେଇ ଦେଖାଇଥିଲା । ପରବର୍ତ୍ତୀ ସମୟରେ ପିଲାର ଅଧିକ କିଛି ହୋଇଥିବା ନେଇ ତାକୁ ହସପିଟାଲରେ ଭର୍ତ୍ତି କରାଯାଇଛି ।

ଆପାର୍ଟମେଣ୍ଟର ମ୍ୟାନେଜର ବହୁବାର ମାତା-ପିତାଙ୍କୁ ସମ୍ପର୍କ କରିଛନ୍ତି । ଯେତେବେଳେ ଗିକୋଙ୍ଗ ଶେଷଥର ନିଜେ ମ୍ୟାନେଜରକୁ ଫୋନ କରିଥିଲେ । ସେ ଏହିସବୁ ଘଟଣାକୁ ସଫେଇଦେବା ପାଇଁ କହିଲେ ଯେ, ଆମେ ଏହି ସକାଳୁ ସକାଳୁ ଫ୍ଲାଟରୁ କିଛି ଦୂରରେ ଥିଲୁ ଏବଂ ଘରକୁ ଫେରୁଥିଲୁ । ପୁଣି ଆଉ କିଛି ସମୟପରେ କହୁଛନ୍ତି ମୁଁ ମୋ ବିଜନେସ ପାଇଁ ବାହାରକୁ ଯାଇଥିଲି ଏବଂ ମୋ ସ୍ତ୍ରୀ ଘରେ ରହି ଛୁଆର ଯତ୍ନ ନେଉଥିଲା । ପରେ ଜଣା ପଡିଥିଲା ତାଙ୍କ ବାଇକ ସେହି ନ୍ୟୁୟର୍କରେ ଥିଲା । ଏହିପରି ଭାବେ ରାୟ ବଦଳେଇ ଚାଲିଥିଲେ ପିଲାର ବାପା । ତେବେ ପୋଲିସ ଏହି ଦୁଇ ଦମ୍ପତିଙ୍କୁ ଗିରଫ କରିଛନ୍ତି ।

Get real time updates directly on you device, subscribe now.