fbpx

କମ୍ ବୟସରେ ଗର୍ଭାଶୟ ବାହାର କରୁଛନ୍ତି ଭାରତୀୟ ମହିଳା: ବିଶେଷଜ୍ଞ କହିଲେ ଏହି ବିପଜ୍ଜନକ ଟ୍ରେଣ୍ଡର କାରଣ

ଭାରତୀୟ ମହିଳାମାନେ କମ୍ ବୟସରେ ଗର୍ଭାଶୟ ବାହାର କରିଦେଉଥିବାର ଅନେକ ମାମଲା ସାମ୍ନାକୁ ଆସୁଛି । ଏହା ସେମାନଙ୍କ ଶାରୀରିକ, ସାମାଜିକ ଓ ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇପାରେ । ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମଧ୍ୟ ଗର୍ଭାଶୟ(ହେଷ୍ଟେରେକ୍ଟୋମି) ବାହାର କରିବାର ଏହି ଟ୍ରେଣ୍ଡକୁ ନେଇ ଚିନ୍ତାରେ ଅଛନ୍ତି ।

ଭାରତ ସରକାରଙ୍କ ଡିଡିଜି ଅମିତା ବାଲି ବୋହରା କହିଛନ୍ତି ଯେ,ଯେବେ ମହିଳାଙ୍କ ସ୍ୱାସ୍ଥ୍ୟ ବିଷୟରେ କଥା ଆସେ ସେବେ ପରିବାର ଲୋକ ଆମ ସମାଜର ପ୍ରମୁଖ ପରାମର୍ଶଗୁଡ଼ିକ ନିଅନ୍ତି । ମହିଳାମାନଙ୍କୁ ଉନ୍ନତ ଡାକ୍ତରୀ ପରାମର୍ଶ ପାଇବାରେ ସାହାଯ୍ୟ କରିବାପାଇଁ ପରିବାରକୁ ଏହି ବିଷୟରେ ସଚେତନ ରହିବା ଆବଶ୍ୟକ । ଏନଏଫଏଚଏସର ତାଜା ସୂଚନା ଅନୁସାରେ, ଗର୍ଭାଶୟ ବାହାର କରିବା ମହିଳାଙ୍କ ମଧ୍ୟରେ ବୟସ ସୀମା ପ୍ରାୟତଃ ୩୪ ବର୍ଷ ରହୁଛି ।

ଅମିତା ବାଲି ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ, ଅଧିକାଂଶ ଯୁବତୀ ଗର୍ଭାଶୟ ହଟାଉଛନ୍ତି । ଏହି ମହିଳାମାନଙ୍କୁ ଶିକ୍ଷିତ ଏବଂ ମାର୍ଗଦର୍ଶନ କରିବା ପାଇଁ ଗାଇଡଲାଇନ୍ ରହିବା ଉଚିତ୍ । ଦେଶବ୍ୟାପୀ ଅଭିଯାନର ଏକ ଅଂଶ ଭାବରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

ଖବର ଅନୁଯାୟୀ, ଗର୍ଭାଶୟ ବାହାର କରିବା ପରେ ଅନେକ ମହିଳାଙ୍କୁ ପିଠିରେ ଯନ୍ତ୍ରଣା, ଯୋନୀ ଡିସଚାର୍ଜ, ଦୁର୍ବଳତା, ଯୌନ ସ୍ୱାସ୍ଥ୍ୟ ସମସ୍ୟା ହୋଇଥାଏ । ଅଳ୍ପ ବୟସରେ ଗର୍ଭାଶୟ ବାହାର କରିବା ଦ୍ୱାରା ହୃଦରୋଗ, ଷ୍ଟ୍ରୋକ୍ ଏବଂ ଅଷ୍ଟିଓପୋରୋସିସ୍ ହେବାର ଆଶଙ୍କା ବଢ଼ିଯାଇଥାଏ । ଏହା ବ୍ୟତୀତ ମହିଳାମାନଙ୍କର ମାନସିକ ସ୍ୱାସ୍ଥ୍ୟ ସମସ୍ୟା ହୋଇଥାଏ ।

Get real time updates directly on you device, subscribe now.