fbpx

୨୪ ଘଣ୍ଟା ମଧ୍ୟରେ କିପରି ଶେଷ ହେଲା ନିର୍ବାଚନ ଆୟୋଗ ନିଯୁକ୍ତି ପ୍ରକ୍ରିୟା ? ସରକାରଙ୍କ ଉତ୍ତରରେ ସନ୍ତୁଷ୍ଟ ନୁହଁନ୍ତି ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ‘ଯଦି ନିର୍ବାଚନ କମିଶନର ନିଯୁକ୍ତିକୁ ନେଇ ସରକାରଙ୍କର ପୁର୍ବରୁ ଆପତ୍ତି ରହିଥିଲା। ତେବେ କିପରି ‘ସୁପରଫାଷ୍ଟ’ ଫର୍ମୁଲାରେ ଆଇଏଏସ୍ ଅଧୀକାରୀ ଆରୁଣ ଗୋୟଲଙ୍କୁ ନିର୍ବାଚନ କମିଶନର ନିଯୁକ୍ତ କରାଗଲା।’ ଆଜି କେନ୍ଦ୍ର ସରକାରଙ୍କୁ ଏଭଳି କିଛି ପ୍ରଶ୍ନ କରି କାଠଗଡ଼ାରେ ଛିଡ଼ା କରିଥିଲେ ସୁପ୍ରିମକୋର୍ଟ। ଏହି ମାମଲାର ଶୁଣାଣି କରୁଥିବା ପାଞ୍ଚ ଜଣିଆ ଖଣ୍ଡ ପିଠ ଆଜି ଆରୁଣ ଗୋୟଲଙ୍କ ନିଯୁକ୍ତି ସହ ଯଡ଼ିତ ଫାଇଲ୍‌କୁ ଯାଞ୍ଚ କରିବା ସହ କେନ୍ଦ୍ର ସରକାରଙ୍କ ଉପରେ ଏଭଳି କଡ଼ା ମନ୍ତବ୍ୟ ଦେଇଥିଲେ।

ଲଗାତାର ତୃତୀୟ ଦିନ ପାଇଁ ସୁପ୍ରିମକୋର୍ଟ ନିର୍ବାଚନ ଆୟୋଗ ନିଯୁକ୍ତି ମାମଲାରେ ଶୁଣାଣି କରି ଅରୁଣ ଗୋୟଲଙ୍କ ନିଯୁକ୍ତି ସମ୍ପର୍କିତ ଫାଇଲ୍ ଯାଞ୍ଚ କରିଥିଲେ । ଯାହା ଗତକାଲି କେନ୍ଦ୍ର ସରକାରଙ୍କୁ କୋର୍ଟ ମାଗିଥିଲେ । ତେବେ ଆଜି ଶୁଣାଣି ସମୟରେ କୋର୍ଟ ନିର୍ବାଚନ ଆୟୋଗଙ୍କ ନିଯୁକ୍ତି ଉପରେ ପ୍ରଶ୍ନ ଉଠାଇଥିଲେ । କଡ଼ା ଟିପ୍ପଣୀ କରି ଖଣ୍ଡପୀଠ ପଚାରିଥିଲେ, ବିଜୁଳୀ ପରି ଗତିରେ ନିଯୁକ୍ତି କଣ ପାଇଁ ? କିପରି ମାତ୍ର ୨୪ ଘଣ୍ଟା ମଧ୍ୟରେ ନିଯୁକ୍ତି ପ୍ରକ୍ରିୟା ଶେଷ ହୋଇଗଲା । କେଉଁ ଆଧାରରେ ଆଇନ୍ ମନ୍ତ୍ରୀ ଚାରି ଜଣଙ୍କୁ ଶର୍ଟଲିଷ୍ଟ କରିଥିଲେ ।

ଶୁଣାଣି ସମୟରେ ଖଣ୍ଡପୀଠ କହିଥିଲେ ଯେ, ‘ଆଇନ୍ ମନ୍ତ୍ରୀ ଚାରି ନାମ ମଧ୍ୟରୁ ଜଣଙ୍କୁ ନିଯୁକ୍ତ କରିଥିଲେ। ଏହାର ଫାଇଲ୍ ୧୮ ନଭେମ୍ବରକୁ ଦିଆଯାଇଥିଲା। ଏହାବାଦ୍ ପ୍ରଧାନମନ୍ତ୍ରୀ ମଧ୍ୟ ସମାନ ଦିନ ଏହି ନାମକୁ ସୁପାରିସ୍ କରିଥିଲେ। ତେବେ ଆମେ ସରକାରଙ୍କ ସହିତ କୌଣସି ମତଭେଦ ଚାହୁଁନାହୁଁ, କିନ୍ତୁ ଏହା କ’ଣ ତବରିଆ ଭାବରେ କଣ ପାଇଁ ନିଆଯାଇଥିଲା।’

Get real time updates directly on you device, subscribe now.