fbpx

ଫିଲ୍ମ ଅଧାରୁ ଉଠି ଚାଲିଗଲେ… ଏହା ପରେ ଆଉ କେବେ ଥିଏଟର ଯାଇନଥିଲେ ବାପୁ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ଆଜି ସାରା ଦେଶରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ପାଳନ ହେଉଛି । ଗୁଜରାଟ ପୋରବନ୍ଦରରେ ସେ ଜନ୍ମଗ୍ରହଣ କରିଥିଲେ । ଦେଶକୁ ସ୍ୱାଧୀନତାର ସ୍ୱାଦ ଚଖାଇବା ପଛରେ ତାଙ୍କ ଯୋଗଦାନ ରହିଛି । ଆଜି ବି ତାଙ୍କ ଆଦର୍ଶ ଦେଶକୁ ପ୍ରେରଣା ପ୍ରଦାନ କରୁଛି । ତେବେ ବହୁତ କମ୍ ଲୋକମାନେ ଜାଣିଥିବେ କି ବାପୁ ଥରେ ଥିଏଟରରେ ଫିଲ୍ମ ଦେଖିଥିଲେ । ଏହା ପରେ ସେ ଫିଲ୍ମ ଏବଂ ସିନେମା ଠାରୁ ଦୂରେଇ ରହିଥିଲେ ।

ବାସ୍ତବରେ ମହାତ୍ମା ଗାନ୍ଧୀଙ୍କୁ ଫିଲ୍ମ ଏବଂ ସିନେମାରେ କିଛି ଖାସ୍ ରୁଚି ନଥିଲା । ସେ ନିଜ ଜୀବନକାଳରେ ଗୋଟିଏ ଫିଲ୍ମ ଦେଖିଥିଲେ । ଅର୍ଥାତ ଥିଏଟରରେ ସେ ତାଙ୍କ ଜୀବନର ପ୍ରଥମ ଏବଂ ଶେଷ ଫିଲ୍ମ ଦେଖିଥିଲେ । କିନ୍ତୁ ଫିଲ୍ମ ଅଧାରୁ ସେ ଚାଲିଆସିଥିଲେ । ଏହି ଫିଲ୍ମର ନାଁ ହେଉଛି ‘ରାମରାଜ୍ୟ’ । ୧୯୪୩ରେ ଏହି ଫିଲ୍ମ ରିଲିଜ ହୋଇଥିଲା । ନିର୍ଦ୍ଦେଶକ ବିଜୟ ଭଟ୍ଟଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର କାହାଣୀ ମହାତ୍ମା ଗାନ୍ଧୀଙ୍କ ଆଦର୍ଶକୁ ନେଇ ଗତିଶୀଳ ହୋଇଥିଲା । ବିଜୟ ଭଟ୍ଟଙ୍କ ଏହି କଥାରେ ବାପୁ ପ୍ରଭାବିତ ହୋଇ ଥିଏଟରକୁ ଫିଲ୍ମ ଦେଖିବା ପାଇଁ ଆସିଥିଲେ । କିନ୍ତୁ ବାପୁଙ୍କୁ ଫିଲ୍ମ କିଛି ଖାସ୍ ପସନ୍ଦ ଆସିନଥିଲା । ଅଧିକାଂଶ ଲୋକଙ୍କ ଧାରଣା ଥିଲା କି ଏହି ଫିଲ୍ମ ଦେଖିବା ପରେ ସିନେମାକୁ ନେଇ ବାପୁଙ୍କ ଦୃଷ୍ଟିକୋଣରେ ପରିବର୍ତ୍ତନ ଆସିବ । କିନ୍ତୁ ଏମିତି କିଛି ହେଲା ନାହିଁ । ସୂତ୍ରରୁ ପ୍ରକାଶ କି ଏହା ବାପୁ ଦେଖିଥିବା ପ୍ରଥମ ଓ ଶେଷ ଫିଲ୍ମ ଥିଲା । ଏହା ପରେ ସେ କେବେ ଥିଏଟର ଯାଇନଥିଲେ ।

Get real time updates directly on you device, subscribe now.