fbpx

ଦୁଇ ମିନିଟ୍ ପୂର୍ବରୁ ଅଫିସ୍ ଛାଡ଼ିବା ପଡ଼ିଲା ମହଙ୍ଗା, କର୍ମଚାରୀଙ୍କର କଟିଲା ତିନି ମାସର ସାଲାରି

ଟୋକିଓ, ୧୯ା୩: ମାତ୍ର ଦୁଇ ମିନିଟ୍ ପୂର୍ବରୁ ଅଫିସ ଛାଡ଼ିବା କାରଣରୁ ଜଣେ କର୍ମଚାରୀଙ୍କ ଦରମା କଟ୍ ହୋଇଛି । ଜାପାନର ଜଣେ କର୍ମଚାରୀ ଘରକୁ ଯିବାକୁ ପାଇଁ ବସ୍ ଧରିବାକୁ ଥିବାରୁ ସେ ୨ ମିନିଟ୍ ପୂର୍ବରୁ ଅଫିସରୁ ବାହାରି ଯାଇଥିଲେ । ଅନେକ କର୍ମଚାରୀ ସମୟ ପୂର୍ବରୁ ଅଫିସ ଛାଡ଼ୁଥିବା ଅଭିଯୋଗ ହୋଇଥିଲା । ତେଣୁ ନଗର ଶିକ୍ଷା ବୋର୍ଡ ପକ୍ଷରୁ ସରକାରୀ କର୍ମଚାରୀଙ୍କ ପାଇଁ ଦରମା କଟ୍ ନିୟମ ଲାଗୁ କରାଯାଇଥିଲା ।

ଜଣେ ଅଧିକାରୀ କହିଛନ୍ତି ଯେ, ଅଧିକାଂଶ କର୍ମଚାରୀ ସମୟ ପୂର୍ବରୁ ଅଫିସ୍ ଛାଡ଼ୁଛନ୍ତି । ତେଣୁ ତିନି ମାସ ପାଇଁ ସେମାନଙ୍କର ଦରମାର ୧୦ ପ୍ରତିଶତ କଟାଯିବାକୁ ବୋଲି ଚେତାବନୀ ଦିଆଯାଇଛି । ଅଫିସରେ ସମୟାନୁଯାୟୀ କାର୍ଯ୍ୟ ନ କରିବା ଅନୁଶାସନହୀନତା ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.