fbpx

ପଇଡ଼ ପାଣି ନା ଲେମ୍ବୁ ପାଣି, କିଏ ବଢ଼ାଏ ଶରୀରର ରୋଗ ପ୍ରତିରୋଧକ ଶକ୍ତି ?

ଓଡ଼ିଶା ଭାସ୍କର ବ୍ୟୁରୋ: କରୋନା ସମୟରେ ଲୋକ ମାନେ ସ୍ୱାସ୍ଥ୍ୟକୁ ନେଇ ଟିକେ ଅଧିକ ସଚେତନ ହୋଇଯାଇଛନ୍ତି । ସେହିପରି ଆକ୍ରାନ୍ତ ମାନଙ୍କ ଠାରେ ଅକ୍ସିଜେନ୍ ଲେବଲ୍ ହ୍ରାସ ପାଉଥିବା ଦେଖିବାକୁ ମିଳିଛି । ତେବେ ଏହି ସମୟରେ କୋଭିଡ୍ ମହାମାରୀ ଠାରୁ ବଞ୍ଚିବାକୁ ଲେମ୍ବୁ ପାଣି ଏବଂ ନଡିଆ ପାଣି ପ୍ରତି ଲୋକମାନେ ଅଧିକ ଆକର୍ଷିତ ହେଉଥିବା ଦେଖିବାକୁ ମିଳିଛି । ହେଲେ ଗୋଟିଏ ପ୍ରଶ୍ନ ଉଠିଛି ଯେ, ଏହି ଦୁଇଟି ମଧ୍ୟରେ କେଉଁଟି ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଉଛି । ତାହେଲେ ଚାଲନ୍ତୁ ଜାଣିବା କେଉଁ ପାଣି ବେଶି ପ୍ରଭାବଶାଳୀ ।

ନଡ଼ିଆ ପାଣିର ଗୁଣ

ଗୋଟିଏ କପ୍ ନଡିଆ ପାଣିରେ ୪୧% ଫ୍ୟାଟ୍, ୨୮୩ କ୍ୟାଲୋରୀ, ୫% ପ୍ରୋଟିନ୍, ୮% ପୋଟାସିୟମ୍, ୪% କାର୍ବେହାଇଡ୍ରେଟ୍, ୨୮% ଡାୟଟେରୀ ଫାଇଭର୍, ୧% ଭିଟାମିନ୍-ଏ, ୧% କ୍ୟାଲସିୟମ୍, ୧୦% ଆଇରନ୍, ୨% ଭିଟାମିନ୍-ଡି, ୬.୦% ଭିଟାମିନ୍ ବି୬ ଏବଂ ୬% ମ୍ୟାଗନେସିୟମ୍ ରହିଥାଏ ।

ଲେମ୍ବୁ ପାଣିର ଗୁଣ

ଲେମକ୍ୱୁ ପାଣିରେ ଭିଟାମିନ୍ ଭରପୁର ମାତ୍ରାରେ ରହିଥାଏ । ଯାହା କି ଶକ୍ତିଶାଳୀ ଆଣ୍ଟିଅକ୍ସିଡେଣ୍ଟ । ଏହା ବ୍ୟତୀତ ଏଥିରେ ପ୍ରୋଟିନ୍, କାର୍ବୋହାଇଡ୍ରେଟ୍, ପୋଟାସିୟମ୍, ଫୋଲେଟ୍ ପରି ତତ୍ତ୍ୱ ରହିଥାଏ । ଯାହା ଆପଣଙ୍କୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ।

ଏହି ଦୁଇଟି ମଧ୍ୟରେ କଣ ରହିଛି ଫରକ୍

ଉଭୟ ହେଉଛି ଶକ୍ତି ବୃଦ୍ଧିକାରୀ ଏବଂ ଡିଟକ୍ସାଇଫିଙ୍ଗ ପାନୀୟ, ଯାହା ଆମ ଶରୀରରେ ବିଷାକ୍ତ ପଦାର୍ଥ ବାହାର କରିବାରେ ସହାୟକ ହୋଇଥାଏ । ଅବଶ୍ୟ ନଡିଆ ପାଣିକୁ ସ୍ପୋର୍ଟସ୍ ଡ୍ରିଙ୍କ ବା କୌଣସି ରୋଗରୁ ସୁସ୍ଥ ହେବା ପାଇଁ ବ୍ୟବହାର କରାଯାଇଥାଏ । ଏହି ସମୟରେ ଲେମ୍ବୁ ପାଣିକୁ ଓଜନ କମ୍ କରିବା ପାଇଁ ନଚେତ୍ ଗରମ ଦିନରେ ଡି-ହାଇଡ୍ରେସନ୍ ରୁ ବଞ୍ଚିବା ପାଇଁ ପାନ କରାଯାଏ । । ଏହା ମଧ୍ୟ ଶରୀର ପାଇଁ ଖୁବ୍ ଉପକାରୀ । ତେଣୁ ଆପଣ ମାନେ ଏହି ଦୁଇଟି ଯାକ ପାଣିକୁ ପିଇ ପାରିବେ ।

ସେହିପରି ଲେମ୍ବୁପାଣି ଭିଟାମିନ୍-ସି ଏବଂ ପୋଟାସିୟମ୍ ରେ ଭରପୁର ହୋଇଥିବାରୁ ଏହାକୁ ପିଇଲେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ । ଏହାଦ୍ୱାରା କିଡନୀ ଏବଂ ଲିଭର୍ ଭଲ ରହିଥାଏ । ଏମିତିକି ଶରୀରରେ ଷ୍ଟୋନ୍ ରହିଥିଲେ ତାହା ବାହାରି ଯାଏ । ଖାଲି ପେଟରେ ଗୋଟିଏ ଗ୍ଲାସ୍ ଲେମ୍ବୁପାଣି ପିଇବା ଦ୍ୱାରା ଓଜନ କମି ଥାଏ । ଏହା ଦ୍ୱାରା ପାଚନ କ୍ରିୟାରେ ସମୃଦ୍ଧ ହେବା ସହ କଫ, ଫୁଡ୍ ପଏଜନିଂ, ଏସିଡିଟି ଭଳି ସମସ୍ୟା ଦୂର ହୋଇଥାଏ ।

ଅପରପକ୍ଷରେ ନଡିଆ ପାଣି ପିିବା ଦ୍ୱାରା ଗରମ ଦିନରେ ଶରୀରରେ ଜଳୀୟ ଅଂଶ କମ୍ ହୋଇନଥାଏ । ହାଇ ବ୍ଲଡ୍ ପ୍ରେସର୍ କୁ ନିୟନ୍ତ୍ରଣ କରିବାରେ ଆପଣମାନେ ଏହାକୁ ସେବନ କରିପାରନ୍ତି । ଏଥିରେ ଥିବା ପୋଟାସିୟମ୍ ଏବଂ ମ୍ୟାଗନେସିୟମ୍ ବ୍ଲଡ୍ ପ୍ରେସର୍ ଓ କୋଲଷ୍ଟ୍ରୋଲକୁ ନିୟନ୍ତ୍ରଣରେ ରଖିଥାଏ । ଏହା ଶରୀରର ପୋଷକ ତତ୍ତ୍ୱ କୁ ବଢ଼ାଇବାରେ ମଧ୍ୟ ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇଥାଏ ।

Get real time updates directly on you device, subscribe now.