ଅଫିର ପରିସରରେ ବୁଲିଲା ଚିତା, ଡରିଗଲା କମ୍ପାନୀ! କର୍ମଚାରୀଙ୍କୁ ଦେଇଦେଲା ଓ୍ବାର୍କ ଫ୍ରମ ହୋମ୍

ନୂଆଦିଲ୍ଲୀ: ଅଫିସ ପରିସରରେ ଦେଖାଗଲା ଚିତାବାଘ । କର୍ମଚାରୀଙ୍କୁ ଅଫିସ ଆସିବାକୁ ବାରଣ କରି ଓ୍ବାର୍କ ଫ୍ରମ ହୋମ ଦେଇଦେଲା କମ୍ପାନୀ । ମଙ୍ଗଳବାର ସକାଳେ ଟେକ୍ ଜଏଣ୍ଟ୍ ଇନଫୋସିସ୍ କ୍ୟାମ୍ପସରେ ଏକ ଚିତାବାଘ ଦେଖିବା ପରେ କର୍ଣ୍ଣାଟକର ମୌସୋର ବନ ବିଭାଗ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା। ଏହି ଘଟଣାର କିଛି ସମୟ ପରେ, ଆଇଟି କମ୍ପାନୀର କର୍ମଚାରୀମାନଙ୍କୁ ସୁରକ୍ଷା ଦିଗକୁ ଧ୍ୟାନରେ ରଖି ଘରୁ କାମ କରିବାକୁ କୁହାଯାଇଥିଲା । ଅଧିକାରୀ କହିଛନ୍ତି ଯେ ସକାଳ ପ୍ରାୟ 30.30 ୦ ସମୟରେ କ୍ୟାମ୍ପସର ଅଣ୍ଡରଗ୍ରାଉଣ୍ଡ କାର ପାର୍କିଂ ଅଞ୍ଚଳରେ ଜଣେ ସୁରକ୍ଷାକର୍ମୀ ଚିତାବାଘକୁ ଦେଖିଥିଲେ। ଅଧିକାରୀ କହିଛନ୍ତି ଯେ ସିସିଟିଭି ଫୁଟେଜରେ ମଧ୍ୟ ବାଘ ରହିଥିବା ଦେଖାଯାଇଛି ।

ଏନେଇ50 ଜଣ କର୍ମଚାରୀଙ୍କ ଏକ ଟିମ୍ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛି ଏବଂ ଚିତାକୁ ଧରିବା ପାଇଁ କେଜ୍ ଜାଲ ମଧ୍ୟ ପ୍ରସ୍ତୁତ ରଖାଯାଇଛି । ଇନଫୋସିସ୍ କ୍ୟାମ୍ପସ ଭିତରେ ଏକ ଚିତାବାଘ ଦେଖିବାକୁ ମିଳିଛି ଏବଂ ଆମର କର୍ମଚାରୀମାନେ ଡ୍ୟୁଟିରେ ଅଛନ୍ତି। ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି ଏବଂ ଚିତାବାଘକୁ ଧରିବା ପାଇଁ ଡ୍ରୋନ୍ ମଧ୍ୟ ବ୍ୟବହାର କରାଯାଉଛି ବୋଲି ବରିଷ୍ଠ ବରିଷ୍ଠ ଅଧିକାରୀ କହିଛନ୍ତି। ତେବେ ଜଙ୍ଗଲ ପରିବେଶ ମନ୍ତ୍ରୀ ଶୀଘ୍ର ବାଘକୁ ଖୋଜି ବାହାର କରିବେ ବୋଲି ଆଶ୍ବସ୍ତି ଦେଇଛନ୍ତି । ତେବେ ଏହାପରେ କର୍ମଚାରୀମାନଙ୍କୁ କମ୍ପାନୀ ପକ୍ଷରୁ ଘରେ କାମ କରିବା ପାଇଁ କୁହାଯାଇଛି ।