fbpx

ଆପଣ କମ୍ ଶୋଉଛନ୍ତି କି ? ଜାଣନ୍ତୁ କଣ ଘଟିପାରେ ଆପଣଙ୍କ ସହିତ…

ଆମର ନିତିଦିନିଆ କାର୍ଯ୍ୟ ମଧ୍ୟରୁ ଶୋଇବା ଏକ କାର୍ଯ୍ୟ । ଆପଣ ଜାଣନ୍ତି କି ଅଧିକ ସମୟ ପର୍ଯ୍ୟନ୍ତ କାର୍ଯ୍ୟ କରିବା ଓ କମ୍ ସମୟ ଶୋଇବା ଆପଣଙ୍କ ପାଇଁ ବିପଦ ଡାକିଆଣେ । ପ୍ରାୟତଃ କଲ ସେଣ୍ଟର, ଅଗ୍ନି ନିରାପତ୍ତା ବାହିନୀ, ଗଣମାଧ୍ୟମ ଆଦିରେ କାମ କରୁଥିବା ଲୋକମାନେ ରାତିସାରା ଅନିଦ୍ରା ରହିଥାନ୍ତି, ଫଳରେ ସେମାନଙ୍କର ଶୋଇବା କମ ହୋଇଥାଏ । ଆସନ୍ତୁ ଜାଣିବା କମ ଶୋଇବାର କୁପ୍ରଭାବ ବିଷୟରେ ଯାହା ଆପଣଙ୍କ ଶରୀର ଉପରେ ପଡ଼ିଥାଏ ।

ଜର୍ମାନୀର ଏକ ୟୁନିଭରସିଟି ଏହା ଖୁଲାସା କରିଛନ୍ତି ଯେ, କମ୍ ଶୋଇବା କାରଣରୁ ଆମର ରକ୍ତଚାପ ଓ ହୃଦସ୍ପନ୍ଦନ ଅସ୍ୱାଭାବିକ ଭାବେ ବୃଦ୍ଧି ପାଇଥାଏ । ଏହା ଏକ ରିସର୍ଚ୍ଚରୁ ପ୍ରମାଣିତ ହୋଇଛି । ଏହି ଗବେଷଣା ପାଇଁ ୩୧ ବର୍ଷ ବୟସର ୨୦ ଜଣ ପୁରୁଷ ଓ ମହିଳାଙ୍କୁ ନିଆଯାଇଥିଲା । ସେମାନଙ୍କ ମଧ୍ୟରୁ ଦିନକୁ ହାରାହାରି ୩ ଘଣ୍ଟା ଶୋଇଥିବା ଅଂଶଗ୍ରହଣକାରୀଙ୍କ ରକ୍ତ, ପରିସ୍ରାର ନମୂନା ସଂଗ୍ରହ କରି ୨୪ ଘଣ୍ଟା ପୂର୍ବରୁ ଓ ପରେ ପରୀକ୍ଷା କରାଯାଇଥିଲା ।

ତେବେ କମ୍ ଶୋଉଥିବା ବ୍ୟକ୍ତିଙ୍କ ରକ୍ତଚାପ ଅଧିକ ରହୁଥିବା ପରୀକ୍ଷଣରୁ ଜଣାପଡ଼ିଥିଲା । ମାତ୍ରାଧିକ କାମର ଚାପ, କମ୍ ଶୋଇବା କିପରି ଜଣକର ଜୀବନକୁ ପ୍ରଭାବିତ କରିଥାଏ, ଏହା ହେଉଛି ତା’ର ଏକ ଜ୍ୱଳନ୍ତ ଉଦାହରଣ ।

Get real time updates directly on you device, subscribe now.