fbpx

୪୦ ବର୍ଷ ବୟସରେ ପେନସନ ଉପଲବ୍ଧ କରାଇବାକୁ LIC ଆଣିଛି ଜବରଦସ୍ତ ପ୍ଲାନ୍, ଜାଣନ୍ତୁ କିପରି ଉଠାଇବେ ଲାଭ

ନୂଆଦିଲ୍ଲୀ: ବର୍ତ୍ତମାନ ପେନସନ ପାଇବା ପାଇଁ ଆପଣଙ୍କୁ ୬୦ ବର୍ଷ ଯାଏ ଅପେକ୍ଷା କରିବାକୁ ପଡିବ ନାହିଁ । ନିକଟରେ ଲାଇଫ୍ ଇନସୁରାନ୍ସ କର୍ପୋରେସନ୍ (ଖଓଉ) ଏକ ନୂତନ ଯୋଜନା ଆରମ୍ଭ କରିଛି, ଯେଉଁଥିରେ ଏକଲକ୍ଷ ଟଙ୍କା ଜମା ହେବା ମାତ୍ରେ ୪୦ ବର୍ଷ ବୟସରେ ପେନସନ୍ ଆରମ୍ଭ ହୋଇଯିବ । ଯଦି ଆପଣଙ୍କର ଅର୍ଥର ଆବଶ୍ୟକତା ରହିଛି, ତାହେଲେ ଏହି ଯୋଜନା ଗ୍ରହଣ କରିବାର ଏକ ବର୍ଷ ପରେ ଆପଣ ଯେକୌଣସି ସମୟରେ ଆପଣଙ୍କର ଜମା ପ୍ରତ୍ୟାହାର କରିପାରିବେ । ଆସନ୍ତୁ ଜାଣିବା ଏହି ଯୋଜନା ବିଷୟରେ …

ସରଳ ପେନସନ୍ ଯୋଜନା କଣ?

LIC ଏହି ଯୋଜନାକୁ ସରଳ ପେନସନ୍ ଯୋଜନା ଭାବରେ ନାମିତ କରିଛି । ଏହା ହେଉଛି ଏକ ପ୍ରିମିୟମ୍ ପେନସନ୍ ଯୋଜନା, ଯେଉଁଥିରେ ପଲିସି ନେବା ସମୟରେ ଆପଣଙ୍କୁ କେବଳ ଥରେ ପ୍ରିମିୟମ୍ ଦେବାକୁ ପଡିବ ଏବଂ ଏହା ପରେ ଆପଣ ସାରା ଜୀବନ ପାଇଁ ପେନସନ୍ ପାଇ ପାରିବେ । ଏଥିସହିତ ପଲିସି ଧାରକଙ୍କ ମୃତ୍ୟୁରେ, ଏକକ ପ୍ରିମିୟମର ପରିମାଣ ତାଙ୍କ ନୋମିନିଙ୍କୁ ଫେରସ୍ତ କରାଯାଇଥାଏ । ଏହି ଯୋଜନା ଅଧୀନରେ ଆପଣ ପଲିସି ନେବା ମାତ୍ରେ ପେନସନ ପାଇବା ଆରମ୍ଭ ହୋଇଯିବ । ଏହି ପଲିସି ଆପଣାଇବା ପରେ, ଯେତିକି ପେନସନ୍ ରୁ ଏହା ଆରମ୍ଭ ହୋଇଥାଏ, ସେହି ସମାନ ପେନସନ ସମଗ୍ର ଜୀବନ ପାଇଁ ଉପଲବ୍ଧ ହୋଇଥାଏ । ତେବେ ଯଦି ଯୋଜନା ଗ୍ରହଣକାରୀ ଜଏଣ୍ଟ ଲାଇଫ୍ କୁ ବାଛିଛନ୍ତି ଏବଂ ଯଦି ତାଙ୍କର ମୃତ୍ୟୁ ହୋଇଯାଏ, ତେବେ ତାଙ୍କ ପତ୍ନୀ ଆଜୀବନ ପେନସନ ରାଶି ଗ୍ରହଣ କରିବେ ।

LIC ସରଳ ପେନ୍ସନ୍ ଯୋଜନା ଆରମ୍ଭ କରିଛି । ଏହାର ସମସ୍ତ ବୈଶିଷ୍ଟ୍ୟ ଅଛି ଯାହା ପୂର୍ବ ଯୋଜନାରେ ନଥିଲା । ତାହା ହେଉଛି, ଆପଣ ୪୦ ରୁ ୮୦ ବର୍ଷ ବୟସରେ ଯେକୌଣସି ସମୟରେ ଏକଲକ୍ଷ ଟଙ୍କା ଜମା କରି ପ୍ରତ୍ୟେକ ମାସ, ତ୍ରୟମାସିକ, ଅର୍ଦ୍ଧ ବାର୍ଷିକ କିମ୍ବା ବାର୍ଷିକ ପେନ୍ସନ୍ ନେଇପାରିବେ । ପେନସନ୍ କେବେ ନେବେ ତାହା ପେନସନଭୋଗୀ ନିଷ୍ପତ୍ତି ନେବେ । ଏଥିରେ ୪ଟି ଅପ୍ସନ୍ ରହିଛି । ଆପଣ ପ୍ରତି ମାସରେ, ପ୍ରତି ତିନି ମାସରେ, ପ୍ରତି ୬ ମାସରେ ପେନ୍ସନ୍ ନେଇପାରିବେ କିମ୍ବା ଆପଣ ଏହାକୁ ୧୨ ମାସରେ ମଧ୍ୟ ନେବାର ସୁବିଧା ରହିଛି ।

ଆପଣ କେତେ ପେନ୍ସନ୍ ପାଇବେ?

ବର୍ତ୍ତମାନ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ଯେ ଏହି ସରଳ ପେନସନ୍ ଯୋଜନା ପାଇଁ ଆପଣଙ୍କୁ କେତେ ଟଙ୍କା ଦେବାକୁ ପଡିବ, ତେବେ ଚାଲନ୍ତୁ ଜାଣିବା । ଆପଣ ଯେତେ ଟଙ୍କାର ପେନସନ ମାସକୁ ଚାହୁଁଛନ୍ତି ଆପଣକୁ ସେତିକି ମିଳିପାରିବ । ଯଦି ଆପଣ ପ୍ରତି ମାସରେ ପେନ୍ସନ୍ ଚାହୁଁଛନ୍ତି, ତେବେ ଆପଣଙ୍କୁ ଅତି କମରେ ୧୦୦୦ଟଙ୍କା ପେନ୍ସନ୍, ତିନିମାସ ପାଇଁ ୩୦୦୦ ଟଙ୍କା, ୬ମାସ ପାଇଁ ୬୦୦୦ ଟଙ୍କା ଏବଂ ୧୨ ମାସ ପାଇଁ ୧୨୦୦୦ ଟଙ୍କା ମିଳିବ ।

ଯଦି ଆପଣଙ୍କୁ ୪୦ ବର୍ଷ ବୟସ ଏବଂ ୧୦ ଲକ୍ଷ ଟଙ୍କା ମୂଲ୍ୟର ଏକକ ପ୍ରିମିୟମ ଜମା କରିଛନ୍ତି । ତେବେ ବାର୍ଷିକ ୫୦୨୫୦ ଟଙ୍କା ପାଇବେ । ଯାହା ପୁରା ଜୀବନ ପାଇଁ ଉପଲବ୍ଧ ହେବ । ଯଦି ଆପଣ ଏହି ଯୋଜନା ନେବାକୁ ଚାହୁଁଛନ୍ତି, ତେବେ LIC ର ୱେବସାଇଟ୍ କିମ୍ବା କାର୍ୟ୍ୟାଳୟକୁ ଯାଆନ୍ତୁ ଏବଂ ଏହାର ସମ୍ପୂର୍ଣ୍ଣ ବିବରଣୀ ସମ୍ପର୍କରେ ଜାଣନ୍ତୁ । ଏହି ପେନ୍ସନ୍ ଯୋଜନାଗୁଡିକ ଉଭୟ ଅନଲାଇନ୍ ଏବଂ ଅଫଲାଇନ୍ ନେବାର ଉପଲବ୍ଧ ରହିଛି ।

Get real time updates directly on you device, subscribe now.