fbpx

ଆଜି ତାଲିକାଭୁକ୍ତ ହେବ LIC ଶେୟାର, ଜାଣନ୍ତୁ କ’ଣ ରହିଛି ଅପଡେଟ

ଦେଶର ସବୁଠୁ ବଡ଼ ବୀମା କମ୍ପାନୀ ଏଲଆଇସି ମଙ୍ଗଳବାର ସଂପୂର୍ଣ୍ଣ ଭାବରେ ବଜାରରେ ପ୍ରବେଶ କରିବାକୁ ପ୍ରସ୍ତୁତ । ଏଲଆଇସି ଷ୍ଟକ୍ ମଙ୍ଗଳବାର ବିଏସଇ ଏବଂ ଏନଏସଇ ଉଭୟରେ ଲିଷ୍ଟ ହେବ । ୨୦,୫୫୭ କୋଟି ଟଙ୍କାର ଏହି ଆଇପିଓକୁ ଘରୋଇ ନିବେଶକଙ୍କ ଭଲ ପ୍ରତିକ୍ରିୟା ମିଳିଥିଲା । ସରକାର ଏଲଆଇସି ଶେୟାରର ପ୍ରାଇସ ବ୍ରାଣ୍ଡ ୯୪୯ ଟଙ୍କା ପ୍ରତି ଶେୟାର କରିଛନ୍ତି । ଏଲଆଇସି ପଲିସିଧାରକ ଏବଂ ରିଟେଲ ନିବେଶକଙ୍କ ପାଇଁ ଯଥାକ୍ରମେ ୮୮୯ ଟଙ୍କା ଏବଂ ୯୦୪ ଟଙ୍କା ପ୍ରତି ଶେୟାର ଭାବରେ ମିଳିବ ।

ଉଲ୍ଲେଖଯୋଗ୍ୟ, ଏଲଆଇସିର ଆଇପିଓ ମେ ୯ ରେ ବନ୍ଦ ହୋଇଥିଲା ଏବଂ ମେ ୧୨ ରେ ଏହାର ଶେୟାର ଆବଣ୍ଟନ କରାଯାଇଥିଲା । ସରକାର ଆଇପିଓ ଦ୍ୱାରା ଏଲଆଇସିର ୨୨.୧୩ କୋଟିରୁ ଅଧିକ ଶେୟାର ଅର୍ଥାତ୍ ୩.୫ ପ୍ରତିଶତ ଅଂଶଧନ ଉପସ୍ଥାପନ କରିଛନ୍ତି । ଏଥିପାଇଁ ଶେୟାର ମୂଲ୍ୟ ୯୦୨-୯୪୯ ରଖାଯାଇଥିଲା ।

ଏଲଆଇସି ଆଇପିଓର ପ୍ରାୟ ତିନି ଗୁଣା ସବସ୍କ୍ରିପସନ ମିଳିଥିଲା । ଏଥିରେ ଘରୋଇ ନିବେଶକ ଅଧିକ ମାତ୍ରାରେ ରହିଥିଲେ, ଯେତେବେଳେକି ବିଦେଶୀ ନିବେଶଙ୍କ ପ୍ରତିକ୍ରିୟା ମାନ୍ଦା ରହିଥିଲା । ଏହା ଦେଶର ଇତିହାସରେ ସବୁଠୁ ବଡ଼ ଆଇପିଓ । ସରକାର ଏଲଆଇସି ଥିବା ୩.୫ ପ୍ରତିଶତ ଅଂଶଧନକୁ ବିକ୍ରି କରିବାକୁ ନିଷ୍ପତ୍ତି ନେଇଥିଲେ । ଏହି ବିକ୍ରିରେ ସରକାରଙ୍କୁ ପ୍ରାୟ ୨୦,୫୫୭ କୋଟି ମିଳିବାର ଆଶା ରହିଥିଲା । ଏବେ ପ୍ରଥମ ଦିନରେ କ’ଣ ରହୁଛି ଏଲଆଇସି ଷ୍ଟକର ସ୍ଥିତି ତାହା ଦେଖିବାକୁ ଉତ୍କଣ୍ଠା ରହିଛି ।

Get real time updates directly on you device, subscribe now.