fbpx

‘ବାହୁବଳୀ’ ପ୍ରଭାସଙ୍କ ଫ୍ୟାନ୍ସ ଦେଲେ ଆତ୍ମହତ୍ୟା କରିବାର ଧମକ: କାରଣ ଶୁଣିଲେ ଉଡ଼ିଯିବ ହୋସ୍

ନୂଆଦିଲ୍ଲୀ: ଭାରତୀୟ ସିନେମା ଜଗତର ‘ବାହୁବଳୀ’ ପ୍ରଭାସଙ୍କ ପାଖରେ ଅନେକ ବଡ଼ ବଡ଼ ଫିଲ୍ମ ରହିଛି, ଯାହାଫଳରେ ସେ ସବୁବେଳେ ଚର୍ଚ୍ଚାରେ ରହିଆସୁଛନ୍ତି । ଫିଲ୍ମ ‘ସାଲାର’ରେ ଏବେ ପ୍ରଭାସ ନଜର ଆସିଛନ୍ତି, ଯେଉଁଥିରେ ଅଭିନେତାଙ୍କ ଲୁକ୍ ପୁରା ଦମଦାର୍ ରହିଛି । କିନ୍ତୁ ଅନେକ ସମୟ ଧରି ଫିଲ୍ମ ସଂହ ଜଡ଼ିତ କିଛି ଅପଡେଟ ସାମ୍ନାକୁ ଆସିନାହିଁ । ଫଳରେ ଏହାକୁ ନେଇ ପ୍ରଭାସଙ୍କ ଜଣେ ଫ୍ୟାନ୍ସ ରାଗିଯାଇଛନ୍ତି ।

Salaar: प्रभास के फैन की 'सालार' के मेकर्स को धमकी, सुसाइड नोट लिख दिया  अल्टीमेटम, जानें पूरा मामला - Entertainment News: Amar Ujala

ପ୍ରଭାସଙ୍କ ଏକ ପାଗଳ ଫ୍ୟାନ୍ସ ଫିଲ୍ମ ନିର୍ମାତାଙ୍କ ପାଖକୁ ଏକ ସୁଇସାଇଡ୍ ନୋଟ୍ ଲେଖି ପଠାଇଛନ୍ତି । ଏହି ଫ୍ୟାନ୍ସ ଜଣକ ନିର୍ମାତାଙ୍କୁ ଫିଲ୍ମ ସହ ଜଡ଼ିତ ଅପଡେଟ ମାଗିଛନ୍ତି ଓ ଏପରି ନ କଲେ ଆତ୍ମହତ୍ୟା କରିବାର ଧମକ ଦେଇଛନ୍ତି ।

सालार' पर नहीं मिला कोई अपडेट; लिखा- एक महीने के अंदर अपडेट दें, नहीं मिला  तो जान दे दूंगा | Prabhas Fan Suicide Note Over film Salaar | Bollywood  News - Dainik Bhaskar

ସୋସିଆଲ ମିଡିଆରେ ପ୍ରଭାସଙ୍କ ଫ୍ୟାନ୍ସଙ୍କ ଏହି ସୁଇସାଇଡ ନୋଟର ଫଟୋ ଭାଇରାଲ ହେବାରେ ଲାଗିଛି । ଏହି ନୋଟ୍ ରେ ଲେଖାଅଛି କି, ଡାଇରେକ୍ଟର ପ୍ରଶାନ୍ତ ନିଲ୍ କହିଥିଲେ ଯେ ସାଲାରକୁ ନେଇ ଖୁବଶୀଘ୍ର ଅପେଡଟ ଦେବେ । କିନ୍ତୁ ଗୋଟିଏ ମାସରୁ ଅଧିକ ସମୟ ବିତିଯାଇଥିଲେ ବି ବର୍ତ୍ତମାନ ସୁଦ୍ଧା କୌଣସି ଅପଡେଟ ଦିଆଯାଇନାହିଁ । ଯଦି ଏହି ମାସରେ ସାଲାରକୁ ନେଇ କୌଣସି ଅପଡେଟ ନମିଳେ, ତେବେ ମୁଁ ଆତ୍ମହତ୍ୟା କରିଦେବି । ମୁଁ ଅତ୍ୟନ୍ତ ଦୁଃଖୀ ଯେ, ସାହୋ ଓ ରାଧେଶ୍ୟାମ ସମୟରେ ବି ଏପରି ହୋଇଥିଲା । ମୁଁ କେବଳ ସାଲାରର ଅପଡେଟ୍ ଚାହୁଁଛି ।’

Prabhas Action Saga SALAAR Movie Motion Poster | Prashanth Neel | KGF Team  New Project | FIlmylooks - YouTube

ଅବଶ୍ୟ ପ୍ରଭାସଙ୍କ ଫ୍ୟାନ୍ସ ଏପରି କିଛି କାରନାମା କରିବାର ଏହା ପ୍ରଥମ ଘଟଣା ନୁହେଁ । ଫିଲ୍ମ ‘ରାଧେ ଶ୍ୟାମ’ ରିଲିଜ୍ ପୂର୍ବରୁ ବି ଏପରି ଏକ ନୋଟ୍ ମିଳିଥିଲା । ଫିଲ୍ମ ସହ ଜଡ଼ିତ ଅପଡେଟ ନମିଳିବାରୁ ଜଣେ ଫ୍ୟାନ୍ସ ନିର୍ମାତାଙ୍କ ନାଁରେ ସୁଇସାଇଡ୍ ନୋଟ୍ ପଠାଇଥିଲେ ।

Get real time updates directly on you device, subscribe now.