fbpx

ପ୍ରତିଦିନ ୭ହଜାର ପାଦ ଚାଲିଲେ ବଢ଼େ ଆୟୂଷ: ଅଧ୍ୟୟନ

ଟୋକିଓ: ଫିଟ୍ ରହିବା ପାଇଁ ଡାକ୍ତର ମାନେ ସବୁବେଳେ ୱାକିଂ କରିବା ପାଇଁ ପରାମର୍ଶ ଦେଇଥାନ୍ତି । ତେବେ ନିକଟରେ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଦୈନିକ ୭ହଜାର ପାଦ ଚାଲିବା ଦ୍ୱାରା ଆୟୂଷ ବଢ଼ିଥାଏ ତଥା ମୃତ୍ୟୁର ଆଶଙ୍କା ୫୦ରୁ ୭୦ ପ୍ରତିାତ ପର୍ଯ୍ୟନ୍ତ କମିଯାଇଥାଏ । ଏନେଇ ଜାମା ନେଟୱର୍କରେ ପ୍ରକାଶ ପାଇଛି ।

ଷ୍ଟଡିରେ କୁହାଯାଇଛି ଯେ, ୭୦୦୦ ଷ୍ଟେପ୍ ଚାଲିବା ଦ୍ୱାରା ଶରୀରକୁ ଅନେକ ଫାଇଦା ହୋଇଥାଏ । ମଧ୍ୟମ ଆୟୂ ବର୍ଗର ଲୋକ ମାନେ ଅକାଳ ମୃତ୍ୟୁରୁ ବର୍ତ୍ତିଯାଇଥାନ୍ତି । ସେମାନଙ୍କ ମୃତ୍ୟୁ ୫୦ରୁ ୭୦ ପ୍ରତିଶତ ପର୍ଯ୍ୟନ୍ତ କମ୍ ହୋଇଯାଇଥାଏ । କିନ୍ତୁ ପ୍ରତିଦିନ ୧୦ହଜାରରୁ ଅଧିକ ଷ୍ଟେପ୍ ଚାଲିବା ଦ୍ୱାରା ସେହିପରି କିଛି ଅତିରିକ୍ତ ଫାଇଦା ହୋଇନାହିଁ । ତେଣୁ ଦୈନିକ ୭ହଜାରରୁ ୯ ହଜାର ପାଦ ଚାଲିବା ଦ୍ୱାରା ଶରୀରକୁ ଅନେକ ଫାଇଦା ମିଳେ ।

Get real time updates directly on you device, subscribe now.