fbpx

ଟିକା ନେଇନଥିବା ଲୋକଙ୍କଠାରେ ମୃତ୍ୟୁର ଆଶଙ୍କା ୧୧ ଗୁଣ ଅଧିକ: CDC

ନୂଆଦିଲ୍ଲୀ: କରୋନା କାଳରେ ବି ଲୋକମାନେ ବେଖାତିର ଭାବେ ଟିକା ନେବାକୁ ହେୟ ଭାବୁଛନ୍ତି । ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଟିକାକରଣକୁ ଗୁରୁତ୍ୱ ଦେଉଥିବା ବେଳେ ଲୋକମାନେ ବେପରୁଆ ଭାବେ ବୁଲୁଛନ୍ତି । ଏହାରି ମଧ୍ୟରେ ରୋଗ ନିୟନ୍ତ୍ରଣ ଓ ନିରାକରଣ କେନ୍ଦ୍ର ବା ସିଡିସି ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆଣିଛି । ସିଡିସିର ଏକ ରିପୋର୍ଟରେ ଟିକା ନେଇନଥିବା ଲୋକଙ୍କୁ ଚେତାବନୀ ଦିଆଯାଇଛି ।

ରିପୋର୍ଟରେ କୁହାଯାଇଛି ଯେ, ଟିକା ନେଇନଥିବା ଲୋକଙ୍କର କରୋନା ମୃତ୍ୟୁ ହେବାର ସମ୍ଭାବନା ୧୧ ଗୁଣ ଅଧିକ । ଏହା ବ୍ୟତୀତ ଡେଲ୍ଟା ଭାରିଆଣ୍ଟ ବିରୋଧରେ ଟିକା ଅଧିକ ପ୍ରଭାବଶାଳୀ ବୋଲି ରିପୋର୍ଟରେ କୁହାଯାଇଛି । ଯେଉଁ ଲୋକମାନେ ଟିକା ନେଇନାହାନ୍ତି, ସେମାନେ ଘାତକ କୋଭିଡ ସଂକ୍ରମଣର ଶିକାର ହୋଇପାରନ୍ତି ।

Get real time updates directly on you device, subscribe now.