fbpx

ଖୋଲିବ ହୀରାକୁଦ ଜଳଭଣ୍ଡାରର ୬ଟି ଗେଟ୍

ସମ୍ବଲପୁର(ଓଡ଼ିଶା ଭାସ୍କର): ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବଢ଼ିବାରେ ଲାଗିଛି । ଏହି କାରଣରୁ ଆଜି ଅପରାହ୍ନ ୫ଟାରେ ହୀରାକୁଦର ୬ଟି ଗେଟ୍ ଖୋଲାଯିବ । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଡ୍ୟାମ କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଛନ୍ତି । ଦିନ ୩ଟା ସମୟରେ ପ୍ରଥମେ ସାଇରନ୍ ବାଜିବ । ସାଇରନ ପରେ ସନ୍ଧ୍ୟା ୫ଟାରୁ ପର୍ଯ୍ୟାୟକ୍ରମେ ୬ଟି ଗେଟ୍ ଖୋଲିବ । ଜଳଭଣ୍ଡାର ଜଳସ୍ତର ୬୨୬.୨୭ ଫୁଟ୍ ରହିଛି । ସେକେଣ୍ଡ ପ୍ରତି ୧ ଲକ୍ଷ ୬୭ ହଜାର ୫୬୮ କ୍ୟୁସେକ ପାଣି ପ୍ରବେଶ କରୁଥିବା ବେଳେ ୨୧ ହଜାର ୪୪୮ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି । ଏନେଇ ହୀରାକୁଦ ଡ୍ୟାମ ମୁଖ୍ୟନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.