fbpx

ନୂଆବର୍ଷର ପ୍ରଥମ ଦିନ ଘରର ଏହି ଦିଗରେ ଜାଳିବେ ଦୀପ, ସାରା ବର୍ଷ ସୁଖରେ ରହିବେ

Advertisement

ଓଡ଼ିଶା ଭାସ୍କର: ନୂଆବର୍ଷକୁ କିଏ କେମିତି ମନାଇଥାନ୍ତି । କିଏ ବଣଭୋଜି ଆଉ ସାଙ୍ଗସାଥିଙ୍କ ମେଳରେ ଏହି ଦିନଟିକୁ କାଟିଥାଏ ତ ଆଉ କିଏ ପୂଜା ପାଠ କରି ଦିନଟିର ଆରମ୍ଭ କରିଥାଏ । ଏହିଦିନ ବହୁ ଲୋକ ସକାଳୁ ସକାଳୁ ଶୁଦ୍ଧପୂତ ହୋଇ ଈଶ୍ୱରଙ୍କୁ ଆରାଧନା କରି ପୁରା ବର୍ଷଟି କିପରି ସୁଖମୟ ହେବ ସେଥିପାଇଁ କାମନା କରିଥାନ୍ତି । ତେବେ ପୂଜା ପାଠ କରିବା ସମୟରେ ଦୀପ ପ୍ରଜ୍ୱଳନ ସବୁଠାରୁ ଗୁରୁତ୍ୱ ବହନ କରିଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ନୂଆବର୍ଷ ପ୍ରଥମ ଦିନ ଯଦି ଘରେ ଦୀପ ପ୍ରଜ୍ୱଳନ କରାଯିବ ତେବେ ଏହା ବହୁତ ଶୁଭ ଫଳଦାୟୀ ହୋଇଥାଏ ।

ସନାତନ ଧର୍ମରେ ଦୀପ ପ୍ରଜ୍ୱଳନ କରିବା ବହୁତ ଶୁଭ ହୋଇଥାଏ । ଅଧିକାଂଶ ଘରେ ସନ୍ଧ୍ୟା ସମୟରେ ଦୀପ ପ୍ରଜ୍ୱଳନ କରାଯାଇଥାଏ । ବାସ୍ତୁ ଅନୁଯାୟୀ ଦୀପ ପ୍ରଜ୍ୱଳନ କରିବା ଦ୍ୱାରା ଘରେ ଧନ ସଂପଦ ବୃଦ୍ଧି ଘଟିଥାଏ । ଏହି କ୍ରମରେ ଆସନ୍ତୁ ଜାଣିବା ନୂଆବର୍ଷର ପ୍ରଥମ ଦିନ ଘରର କେଉଁ ଦିଗରେ ଦୀପ ଜଳାଇଲେ ବର୍ଷ ସାରା ସୁଖ ସମୃଦ୍ଧି ବଜାୟ ରହିବ ।
ବାସ୍ତୁ ଅନୁସାରେ ନୂଆ ବର୍ଷର ପ୍ରଥମ ଦିନ ଘରର ଉତ୍ତର ଦିଗରେ ଦୀପ ଜରୁର ଜଳାନ୍ତୁ । ଏହି ଦିଗରେ ଦୀପ ରଖି ଜଳାଇବା ଦ୍ୱାରା ଘରର ଆର୍ଥିକ ସଂକଟ ଦୂର ହୋଇଥାଏ । କାରଣ ଏହି ଦିଗ ଦେବୀ ଦେବତାଙ୍କ ଦିଗ ଅଟେ । ସେହିପରି ଘରର ଦକ୍ଷିଣ ଦିଗରେ କେବେ ବି ଦୀପ ଜଳାଇବା ଉଚିତ ନୁହେଁ । କାରଣ ଏହି ଦିଗ ଯମରାଜଙ୍କ ଦିଗ ଅଟେ ।

Get real time updates directly on you device, subscribe now.